ବିଧାନସଭାରେ ପାରିତ ହେଲା ୫ଟି ବିଲ୍

Published By : Prameya-News7 Bureau | October 06, 2020 IST

ଭୁବନେଶ୍ବର ୬।୧୦: ଆଜି ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ୍ ୫ଟି ବିଲ୍ ପାରିତ ହୋଇଛି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ବ୍ୟତୀତ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଶିଳ୍ପ ବିବାଦ ଓଡିଶା ସଂଶୋଧ ବିଲ୍, ଓଡିଶା ପୌର ବିଧି ସଂଶୋଧନ ବିଲ୍, ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ବିଧାନସଭାରେ ପାରିତହୋଇଛି ।

ଚାରି ଦିନ ବିତର୍କ ପରେ ବିଧାନସଭାରେ ପାରିତ ହୋଇଥିଲା ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ୍ । ନାରାବାଜି ଓ ହୋହଲ୍ଲା ଭିତରେ ବାଚନିକ ଭୋଟ୍ ମାଧ୍ୟମରେ ବିଲ୍ ଟି ପାରିତ ହୋଇଛି । ନୂଆ ଆଇନରେ ସିନେଟ୍ ବ୍ୟବସ୍ଥା ଉଚ୍ଛେଦ ସହ କୂଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ପରିବର୍ତ୍ତେ ୪ ବର୍ଷ କରାଯାଇଛି । ବିଲ୍ କୁ ବିରୋଧୀ କଳା ବିଲ୍ ବୋଲି ଅଭିହିତ କରୁଥିବାବେଳେ ସରକାର କହିଛନ୍ତି ଏହି ବିଲ୍ ଦ୍ବାର ବିଶ୍ବବିଦ୍ୟାଳୟ ଆହୁରି ସଶକ୍ତ ହେବ ଓ ନିଯୁକ୍ତି ଆରମ୍ଭ କରି ପଠା ପଢାଯାଏ ସବୁ କ୍ଷେତ୍ରରେ ସ୍ବଚ୍ଛତା ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.