ଜାଣନ୍ତୁ ଭାରତର ୫ଟି ସବୁଠୁ ବଡ଼ ରେଲଓ୍ବେ ଷ୍ଟେସନ ବିଷୟରେ : ଏହି ଷ୍ଟେସନର ପ୍ଲାଟଫର୍ମ ସଂଖ୍ୟା ଜାଣିଲେ ଉଡ଼ିଯିବ ହୋଶ
28/11/2019 at 11:59 AM

ନୂଆଦିଲ୍ଲୀ ୨୮/୧୧: ଭାରତରେ ଚେନ୍ନାଇ ସେଣ୍ଟ୍ରାଲ୍ ରେଲଓ୍ବେ ଷ୍ଟେସନକୁ ଭାରତର ପଞ୍ଚମ ସବୁଠୁ ବଡ଼ ରେଲଓ୍ବେ ଷ୍ଟେସନ ବୋଲି କୁହାଯାଏ। ଏହି ରେଲଓ୍ବେ ଷ୍ଟେସନର ମୋଟ ୧୭ଟି ପ୍ଲାଟଫର୍ମ ରହିଛି।

ନୂଆ ଦିଲ୍ଲୀ ରେଲଓ୍ବେ ଷ୍ଟେସନକୁ ଭାରତର ଚତୁର୍ଥ ସବୁଠୁ ବଡ଼ ରେଲଓ୍ବେ ଷ୍ଟେସନ ବୋଲି କୁହାଯାଇଥାଏ। ଏହି ରେଲଓ୍ବେ ଷ୍ଟେସନର ୧୬ଟି ପ୍ଲାଟଫର୍ମ ରହିଛି।

ଛତ୍ରପତି ଶିବାଜୀ ଟର୍ମିନାଲ୍ସକୁ ଭାରତର ତୃତୀୟ ସବୁଠୁ ବଡ଼ ରେଲଓ୍ବେ ଷ୍ଟେସନ ବୋଲି କୁହାଯାଇଥାଏ। ଏହି ରେଲଓ୍ବେ ଷ୍ଟେସନ ୧୮୭୮ମହିହାରେ ନିର୍ମାଣ ହୋଇଥିଲା। ଏହି ରେଲଓ୍ବେ ଷ୍ଟେସନର ମୋଟ ୧୮ଟି ପ୍ଲାଟଫର୍ମ ରହିଛି।

ସିୟାଲଦାହ ରେଲଓ୍ବେ ଷ୍ଟେସନ ଭାରତର ଦ୍ବିତୀୟ ସବୁଠୁ ବଡ଼ ରେଲଓ୍ବେ ଷ୍ଟେସନ ବୋଲି ଜଣା ଯାଇଥାଏ। ଏହା ମଧ୍ୟ ଇଂରେଜମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା। ଏହି ରେଲଓ୍ବେ ଷ୍ଟେସନ କୋଲକାତା ଏବଂ ହାଓଡ଼ା ନଗରକୁ ଉତ୍ତମ ସେବା ପ୍ରଦାନ କରିଥାଏ। ଏହି ରେଲଓ୍ବେ ଷ୍ଟେସନର ମୋଟ ୧୯ଟି ପ୍ଲାଟଫର୍ମ ରହିଛି।

ହାଓଡ଼ା ରେଲଓ୍ବେ ଷ୍ଟେସନକୁ ଭାରତର ସବୁଠୁ ବଡ଼ ରେଲଓ୍ବେ ଷ୍ଟେସନଭାବେ ଜଣା ଯାଇଥାଏ। ଏହି ରେଲଓ୍ବେ ଷ୍ଟେସନର ମୋଟ ୨୩ଟି ପ୍ଲାଟଫର୍ମ ରହିଛି।
