Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

୨୦୨୦ ମସିହାରେ ରିଲିଜ ହେବ ପୋଲିସ ଉପରେ ଏହି ୫ଟି ଧମାଲ ଫିଲ୍ମ, ଗୋଟିଏ ରଚିବ ଇତିହାସ

26/11/2019 at 3:22 PM

ମୁମ୍ବାଇ୨୬|୧୧: ଆସନ୍ତା ବର୍ଷ ୨୦୨୦ ମସିହାରେ ଅନେକ ଫିଲ୍ମ ବକ୍ସ ଅଫିସ୍‌ରେ ରିଲିଜ ହୋବାକୁ ଯାଉଛି। ଏହି ତାଲିକାରେ ୫ଟି ଫିଲ୍ମ ଟପ୍‌ରେ ରହିଛି। ଏହି ୫ଟି ଫିଲ୍ମ କମାଲ କରିବା ବୋଲି ନିର୍ଦ୍ଦେଶକଙ୍କ ଆଶା ରହିଛି।

୧- ଦରବାର-

ଦରବାର ଫିଲ୍ମର ପୋଷ୍ଟର ରିଲିଜ ହୋଇସାରିଛି। ଏହି ଫିଲ୍ମରେ ସୁପରଷ୍ଟାର ରଜନୀକାନ୍ତ ପୋଲିସ ଭୂମିକାରେ ଅଭିନୟ କରିବେ। ୬୮ ବର୍ଷ ବୟସରେ ମଧ୍ୟ ରଜନୀକାନ୍ତ ଏହି ଫିଲ୍ମରେ ଜଣେ ପୋଲିସ ଅଧିକାରୀ ଭାବେ ନଜର ଆସିବେ। ରଜନୀଙ୍କ ବ୍ୟତୀତ ଫିଲ୍ମରେ ସୁନୀଲ ସେଟ୍ଟୀ, ପ୍ରତୀକ ବବ୍ବର,ନୟନତାରା, ଶ୍ରୀୟା ସରନ୍‌ ଓ ନବାବ ଶାହ ଅଭିନୟ କରିବେ।

୨- ସୂର୍ଯ୍ୟବଂଶୀ-

ଆସନ୍ତା ବର୍ଷ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଇଦରେ ରିଲିଜ ହେବ।ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଜଣେ ପୋଲିସଙ୍କ ଭୂମିକାରେ ନଜର ଆସିବେ।ଏହା ସହ ଫିଲ୍ମର ଏକ ସିନ୍‌ରେ ଅକ୍ଷୟ, ରଣବୀର ସିଂହ ଓ ଅଜୟ ଦେବଗନ ଦେଖିବାକୁ ମିଳିବେ। ଫିଲ୍ମ ରିଲିଜ ହେବା ପରେ ଏହା ବ୍ଲକବଷ୍ଟର ହିଟ୍‌ ହେବ ବୋଲି ଦର୍ଶକ କହିଛନ୍ତି।

୩- ସତ୍ୟମେବ ଜୟତେ- ୨

 ନିକଟରେ ଫିଲ୍ମ ସତ୍ୟମେବ ଜୟତେର ପୋଷ୍ଟର ରିଲିଜ ହୋଇଛି। ଏହି ଫିଲ୍ମରେ ଜନ୍‌ ଇବ୍ରାହିମ୍‌ ପୋଲିସ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ରରେ ଜନ୍‌ ଭ୍ରଷ୍ଟାଚାର ବିରୋଧରେ ଲଢିବେ। ୨୦୨୦ ମସିହା ଅକ୍ଟୋବର ମାସ ୨ ତାରିଖରେ ଏହି ଫିଲ୍ମ ରିଲିଜ ହେବ।

୪- ବାଗି ୩-

ଅହମଦ ଖାନଙ୍କ ଫିଲ୍ମ ବାଗୀ ୩ ଆସନ୍ତା ବର୍ଷ ମାର୍ଚ୍ଚ ମାସ ୩ ତାରିଖରେ ରିଲିଜ ହେବ। ବାଗୀ ୩ରେ ଅଭିନେତା ରିତେଶ ଦେଶମୁଖ ପୋଲିସ ଭୂମିକାରେ ନଜର ଆସିବେ ଓ ଅନ୍ୟ ୨ଟି ପାର୍ଟ ଭଳି ଏଥିରେ ମଧ୍ୟ ଟାଇଗର ଶ୍ରଫଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

୫- ଥାଲା ୬୦-

୨୦୧୯ ମସିହାରେ ଅଜିତ କୁମାର ଫିଲ୍ମ ବିଶ୍ବାସମ୍‌ ଓ ନରକୋଣ୍ଡା ପାରୱଇ ଭଳି ସୁପରହିଟ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ତେବେ ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଥାଲା ୬୦ରେ ଅଜିତ ଜଣେ ପୋଲିସ ଭୂମିକାରେ ନଜର ଆସିବେ। ସୂଚନାଯୋଗ୍ୟ ଯେ, ବଲିଉଡ ଅଭିନେତା ଅଜୟ ଦେବଗନ ଏହି ଫିଲ୍ମରେ ନେଗେଟିଭ ଭୂମିକାରେ ନଜର ଆସିପାରନ୍ତି। 

 

   Related Posts