Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶର ୫ଜଣ ସବୁଠୁ ହଟ ବଡିବିଲ୍‌ଡର , ସମସ୍ତେ କରନ୍ତି ପସନ୍ଦ

15/10/2019 at 3:13 PM

ମୁମ୍ବାଇ୧୫|୧୦: ଫିଲ୍ମ ଇଣ୍ଡଷ୍ଟ୍ରିରେ ଉଭୟ ନାୟକ ଓ ଖଳନାୟକଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ଉପରେ ସମଗ୍ର ଭାରତର ଝିଅ ଫିଦା। କିଏ କାହା ବଡିକୁ ନେଇ ତ କିଏ କାହା ବ୍ୟକ୍ତିତ୍ବ ନେଇ କଳାକାରଙ୍କୁ ପସନ୍ଦ କରନ୍ତି। ତେବେ ଇଣ୍ଡଷ୍ଟ୍ରିରେ କେଉଁ କେଉଁ ବଡିବିଲ୍‌ଡର ଝିଅଙ୍କ ଦିଲରେ ରାଜ କରନ୍ତି, ଜାଣନ୍ତୁ।

୧- ସାହିଲ ଖାନ: ସାହିଲ ଖାନ ଷ୍ଟାଇଲ ଫିଲ୍ମ ପରେ ବେଶ ଚର୍ଚ୍ଚାରେ ଥିଲେ। ସାହିଲଙ୍କ ବଡି ପାଇଁ ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହି ଫିଲ୍ମ ପରେ ତାଙ୍କୁ ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ମିଳିନଥିଲା। ତେବେ ବଲିଉଡରେ କାମ ନମିଳିଥିବାରୁ ସାହିଲ ବଡି ବିଲଡିଂ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ସେ ନିଜେ ମଧ୍ୟ ବଡିବିଲ୍‌ଡିଂର କ୍ଲାସ ଦିଅନ୍ତି। ଏବେ ସେ ଏହି ଇଣ୍ଡଷ୍ଟ୍ରିରେ ବହୁତ ଫେମସ। ହଜାର ହଜାର ଝିଅ ତାଙ୍କ ପାଇଁ ପାଗଳ।

୨- ବିଦ୍ୟୁତ୍‌ ଜାମୱାଲ: ବିଦ୍ୟୁତ୍‌ଙ୍କୁ ବଲିଉଡର ବ୍ରୁସଲୀ କୁହାଯାଏ। ବଲିଉଡ ସହ ସେ ଟଲିଉଡରେ ମଧ୍ୟ ଖୁବ ପ୍ରସିଦ୍ଧ। ଉଭୟ ନାୟକ ଓ ଖଳନାୟକ ଅଭିନୟ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି। ବିଦ୍ୟୁତ୍‌ ନିଜ ଫିଟ୍‌ନେସ ଉପରେ ଖୁବ ଧ୍ୟାନ ଦିଅନ୍ତି। ମର୍ଶାଲ ଆର୍ଟସ୍‌ର ଏକ୍ସପର୍ଟ ହେଉଛନ୍ତି ବିଦ୍ୟୁତ୍‌। ବଲିଉଡ ଫିଲ୍ମ କମାଣ୍ଡୋ ଓ କମାଣ୍ଡୋ୨ରେ ସେ ସବୁ ଆକ୍ସନ ନିଜେ କରିଛନ୍ତି। ବିଦ୍ୟୁତ୍‌ଙ୍କ ବହୁତ ଫ୍ୟାନ ଫଲୋଇଂ ଅଛନ୍ତି। ଭାରତ ସହ ବିଦେଶର ଝିଅମାନେ ମଧ୍ୟ ବିଦ୍ୟୁତ୍‌ଙ୍କୁ ନିଜ କ୍ରସ୍‌ ବୋଲି କୁହନ୍ତି।

୩- ସଙ୍ଗ୍ରାମ ଚୌଗୁଲେ: ଭାରତର ସବୁଠୁ ପପୁଲାର ବଡି ବିଲ୍‌ଡରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସଙ୍ଗ୍ରାମ ଚୌଗୁଲେ। ୨୦୧୨ ଓ ୨୦୧୪ ମସିହାରେ ସଙ୍ଗ୍ରାମ ମିଷ୍ଟର ୟୁନିଭର୍ସର ଟାଇଟେଲ ଜିତିଥିଲେ। ଏହା ବ୍ୟତୀତ ସେ ୬ ଥର ମିଷ୍ଟର ଇଂଣ୍ଡିଆ ହୋଇସାରିଛନ୍ତି। ତାଙ୍କ ବଡି କୌଣସି WWE ରେସଲରରୁ କମ ନୁହେଁ।

୪- ସୁହାସ ଖାମକର: ସୁହାସଙ୍କ ବଡି ବେଶ ଆକର୍ଷଣୀୟ। ତାଙ୍କ ହଟ ବଡି ପାଇଁ ଅନେକ ଝିଅ ଫିଦା। ୨୦୧୫ ମସିହାରେ ସୁହାସ ମିଷ୍ଟର ଇଣ୍ଡିଆ ଟାଇଟେଲ ଜିତିଥିଲେ।  ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋଅର୍ସ ଅଛନ୍ତି।

୫- ଠାକୁର ଅନୁପ ସିଂହ: ଅନୁପ ସିଂହ ବଲିଉଡ ସହ ଟଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କମାଣ୍ଡୋ ୨ ଫିଲ୍ମରେ ସେ ଖଳନାୟକ ଭୂମିକାରେ ନଜର ଆସିଥିଲେ। ୨୦୧୫ ମସିହାରେ ୩ଟି ରୂପା ପଦକ ଜିତି ଭାରତର ନାଁ ଉଜ୍ଜ୍ବଳ କରିଥିଲେ ଅନୁପ ସିଂହ।  

   Related Posts