Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଭାରତର ୫ଟି ସବୁଠାରୁ ସୁନ୍ଦର ରେଳ ମାର୍ଗ, ଯାହା ଆପଣଙ୍କ ପାଇଁ ସ୍ମରଣୀୟ ହୋଇ ରହିବ

22/06/2021 at 9:37 PM

ନୂଆଦିଲ୍ଲୀ ୨୨/୦୬ : ଟ୍ରେନ ଯାତ୍ରା ସମସ୍ତଙ୍କ ପାଇଁ ଖାସ ହୋଇଥାଏ। ଟ୍ରେନ ଯାତ୍ରା ସମୟରେ ଆମେ ସାଧାରଣତଃ କିଛି ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସିଥାଉ। କିଛି ଅଜଣା ଲୋକଙ୍କ ସହ ବନ୍ଧୁତା ମଧ୍ୟ ହୋଇଯାଏ। ସେଥିପାଇଁ ଅନେକ ଲୋକ ଟ୍ରେନ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଟ୍ରେନ ଯାତ୍ରା ସମୟରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାର ମୌକା ମଧ୍ୟ ମିଳିଥାଏ। ରାସ୍ତାରେ ଅନେକ ସୁନ୍ଦର ସୁନ୍ଦର ଜାଗା ଆସେ ଯାହା ବସ ଯାତ୍ରାରେ ପଡ଼ିନଥାଏ। ସେଥିପାଇଁ ଟ୍ରେନ ଯାତ୍ରା ଅଧିକାଂଶ ଲୋକଙ୍କ ପାଇଁ ସ୍ମରଣୀୟ ହୋଇଥାଏ। ଆସନ୍ତୁ ଜାଣିବା ଭାରତର ୫ଟି ରେଳ ମାର୍ଗ ଯାହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା

୧. କାଶ୍ମୀର ଘାଟି ରେଲୱେ – ଜୀବନରେ ଥରେ କାଶ୍ମୀର ଘାଟି ରେଲୱେ ରେଳ ଯାତ୍ରା ନିଶ୍ଚୟ କରିବା ଉଚିତ। ଆପଣ ପ୍ରକୃତି ପ୍ରେମୀ ନ ହୋଇଥିବେ ବି ଆପଣଙ୍କୁ ଏହି ଯାତ୍ରା ବହୁତ ଭଲ ଲାଗିବ। ଯାତ୍ରା ସମୟରେ ବରଫାବୃତ୍ତ ପାହାଡ ଯାତ୍ରାକୁ ଆହୁରି ମନୋରମ କରିଦେଇଥାଏ। ଏପରିକି ଟ୍ରେନ ଉପରେ ମଧ୍ୟ ବରଫ ଢାଙ୍କି ହୋଇଯାଇଥାଏ।

୨.ଗୋଆ, ଭାସ୍କୋଡା ଡା ଗାମା – ଆପଣ ପର୍ବତବାସୀ ହୋଇଥାନ୍ତୁ କି ସମତଳବାସୀ ଆପଣଙ୍କୁ ଏଠାରେ ଉଭୟ ପାହାଡ ଓ ସମତଳ ଅଞ୍ଚଳର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିବ। ଏହି ଟ୍ରେନ ଦୁନିଆର ସବୁଠାରୁ ଉଚ୍ଚ ଜଳପ୍ରପାତ ଦୁଧସାଗର ଦେଇ ଗତି କରେ। ଏହା ଗୋଆ ଓ କର୍ଣ୍ଣାଟକ ସୀମାରେ ଅଛି।

୩.ନୀଳଗିରି ମାଉଣ୍ଟେନ ରେଲୱେ – ଏହା ତାମିଲନାଡୁରେ ମେଟ୍ଟୁପାଲୟମରୁ ଉଟି ଯାଏଁ ଲମ୍ବିଛି। ଏହା ୧୯୦୮ ରେ ନିର୍ମାଣ ହୋଇଥିଲା। ଏହା ନୀଳଗିରି ପର୍ବତରେ ପ୍ରାୟ ୧୬ଟି ସୁଡ଼ଙ୍ଗ ଓ ୨୫୦ ପୋଲ ଦେଇ ଗତି କରେ।

୪.ଦାର୍ଜିଲିଂ ଟଏ ଟ୍ରେନ – ଏହା ଭାରତର ସବୁଠାରୁ ପୁରୁଣା ପାର୍ବତୀୟ ରେଳ ମାର୍ଗ ମଧ୍ୟରୁ ଗୋଟିଏ। ଏଥିପାଇଁ ନ୍ୟୁ ଜଲପାଈଗୁଡ଼ିରୁ ଯାତ୍ରା ଆରମ୍ଭ ହୋଇଥାଏ। ଏହି ଟ୍ରେନରେ ଯାତ୍ରା କଲାବେଳେ ଆପଣ ଚା’ ବଗିଚା, ସୁନ୍ଦର ପାହାଡ ଓ ଜଙ୍ଗଲର ଦୃଶ୍ୟ ଉପଭୋଗ କରିପାରିବେ।

୫.କେରଳ, ଏର୍ନାକୁଲମ୍ – କୋଲାମ – ତ୍ରିଭେନ୍ଦ୍ରମ – ଏହି ରେଳ ମାର୍ଗ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଏହି ଟ୍ରେନ ଯାତ୍ରା ଆପଣଙ୍କୁ ଜୀବନର ସବୁଠାରୁ ସୁନ୍ଦର ଟ୍ରେନ ଯାତ୍ରାର ଅନୁଭୂତି ପ୍ରଦାନ କରିବ। ଏହି ଟ୍ରେନ ପ୍ରସିଦ୍ଧ ବ୍ୟାକୱାଟର ଦେଇ ଯାତ୍ରା କରେ। ଏହି ସୌନ୍ଦର୍ଯ୍ୟ ଆପଣଙ୍କୁ ପୁଣି କେରଳ ଆସିବାକୁ ବାଧ୍ୟ କରିଦେବ।

   Related Posts