Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କ ଏହି ୫ଟି ଖରାପ ଅଭ୍ୟାସ ଯୋଗୁଁ ଦୁର୍ବଳ ହେଉଛି ରୋଗ ପ୍ରତିରୋଧକ ଶକ୍ତି : ତୁରନ୍ତ କରନ୍ତୁ ନିୟନ୍ତ୍ରଣ

2/07/2020 at 2:55 PM

କରୋନା ଭାଇରସ୍ ଯୋଗୁଁ ଲୋକେ ଏବେ ନିଜ ସ୍ବାସ୍ଥ୍ୟକୁ ନେଇ ପୂର୍ବ ଅପେକ୍ଷା ଅଧିକ ସାବଧାନ ହୋଇ ଯାଇଛନ୍ତି। ଖାସ୍ କରି ଲୋକେ ଏବେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ନେଇ ବିଭିନ୍ନ ପ୍ରକାରର ଘରୋଇ ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି। କିନ୍ତୁ ରୋଗ ପ୍ରତିରୋଧକ ବଢ଼ାଇବା ପାଇଁ ଭଲ ଖାଦ୍ୟପେୟ ବ୍ୟତୀତ ଆପଣଙ୍କୁ ଏହା ମଧ୍ୟ ଜାଣି ରଖିବା ଜରୁରୀ ଯେ କେଉଁ ଖାଇବା ଅଭ୍ୟାସ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ। ଯଦି ଆପଣ ବି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି ତେବେ ଏହି ୫ଟି ଅଭ୍ୟାସରୁ ଦୂରେଇ ରୁହନ୍ତୁ।

 ୧. ଗୋଟିଏ କିମ୍ବା ଦୁଇ ଗ୍ଲାସ୍ ଓ୍ବାଇନ୍ ପିଇବା ଦ୍ବାରା କୌଣସି କ୍ଷତି ହେବ ନାହିଁ କିନ୍ତୁ ଆବଶ୍ୟକତାଠାରୁ ଅଧିକ ମଦ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବିଗାଡ଼ିପାରେ। ଅତ୍ୟଧିକ ମଦ୍ୟପାନ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟରେ ଏକ ଏପରି ସମ୍ପର୍କ ରହିଛି ଯାହା ଦୀର୍ଘ ଦିନ ଧରି ଚାଲିଥାଏ। ଏହା ଯୋଗୁଁ ନିମୋନିଆ,ଶ୍ବାସନଳୀରେ ସଂକ୍ରମଣ ସମସ୍ୟା ହୋଇପାରେ ଏବଂ ଏହି କାରଣରୁ କରୋନା ଭାଇରସର ଆଶଙ୍କା ମଧ୍ୟ ବଢ଼ିପାରେ।

୨. ଅଧିକ ଲୁଣ ଖାଇବା ଦ୍ବାରା ହାଇ ବ୍ଲଡ ପ୍ରେସରର ସମସ୍ୟା ତ ହୋଇଥାଏ କିନ୍ତୁ ଜର୍ମାନୀର University Hospital of Bonnର ଏକ ନୂଆ ଅଧ୍ୟୟନ ଅନୁସାରେ ଅଧିକ ଲୁଣ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମି ଯାଇଥାଏ। ସୋଡିୟମର ମାତ୍ରା ଅଧିକ ଯୋଗୁଁ ଶରୀରର ବ୍ୟାକ୍ଟେରିଆ ସହ ଲଢ଼ିବାର କ୍ଷମତା କମିବାକୁ ଲାଗିଥାଏ।

୩. ଖାଦ୍ୟରେ ଚିନିର ମାତ୍ରା କମ୍ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିଥାଏ। ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ଅତି କମରେ ୧୦୦ଗ୍ରାମ୍ ଚିନି ଖାଇଥାନ୍ତି ଯାହା ଦ୍ବାରା ଶରୀରରେ ବ୍ୟାକ୍ଟେରିଆକୁ ରୋକୁଥିବା ପ୍ରତିରକ୍ଷା କୋଶିକାର କ୍ଷମତା କମିଯାଇଥାଏ।

୪. ଆଣ୍ଟି-ଇନଫ୍ଲାମେସନ ହେବା ଯୋଗୁଁ ଚା’ ଏବଂ କଫି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ଆବଶ୍ୟକତାଠାରୁ ଅଧିକ କ୍ୟାଫିନର ମାତ୍ରା ଶରୀରରେ ଫୁଲା ସୃଷ୍ଟି ହୋଇଥାଏ ଏବଂ ଏହା ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଇଥାଏ। ନିଜ ଡାଇଟରେ ସୋଡ଼ା ଏବଂ କୌଣସି ପ୍ରକାରର ଏନର୍ଜି ଡ୍ରିଙ୍କକୁ ସାମିଲ କରନ୍ତୁ ନାହିଁ। ଶୋଇବାର ୬ଘଣ୍ଟା ପୂର୍ବରୁ କ୍ୟାଫିନ୍ ସେବନ କରନ୍ତୁ ନାହିଁ।

୫. ଫାଇବର ଦ୍ବାରା ପାଚନ ତନ୍ତ୍ର ଠିକ୍ ରହିଥାଏ ଏବଂ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର କାମ କରିଥାଏ। ଫାଇବର ଏବଂ ପ୍ରି-ବାୟୋଟିକ୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ଭାଇରସରୁ ବଞ୍ଚାଇଥାଏ। ନିଜ ଡାୟେଟରେ ଭଳିକି ଭଳି ପନି ପରିବା,ଫଳ ଏବଂ ଶସ୍ୟ ଜାତୀୟ ପରିବା ସାମିଲ କରନ୍ତୁ।

   Related Posts