Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବେଆଇନ ଆଇପିଏଲ ବେଟିଙ୍ଗ, ୫ ଜଣଙ୍କୁ ଗିରଫ କଲା ପୋଲିସ୍‌

16/10/2021 at 10:47 PM

ମାଲକାନଗିରି, ୧୬/୧୦: ଆଇପିଏଲ ଖେଳରେ ବେଆଇନ ବେଟିଙ୍ଗ କରି ଗିରଫ ହେଲେ ମାଲକାନଗିରି ଜିଲ୍ଲାର ୫ ଜଣ ବୁକି । ଆଇପିଏଲ ଖେଳର ସିଜନ ଆରମ୍ଭ ଦିନରୁ ମାଲକାନଗିରି ଜିଲ୍ଲା ସମେତ ପୋଡୋଶୀ ରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲାର ଲୋକଙ୍କୁ ଅଧିକା ଟଙ୍କା କମେଇବାର ପ୍ରଲୋଭନ ଦେଖାଇ ରାଧେକ୍କ୍ଷ ଓ ଫ୍ରିଡମ ମୋବାଇଲ ଆପ ମାଧ୍ୟମରେ ଏହି ବୁକି ମାନେ ବେଟିଙ୍ଗ କରି ବେଆଇନ ଭାବେ ଟଙ୍କା ରୋଜଗାର କରୁଥିଲେ । ଗତକାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।  ତେଣୁ ଏହି ହାଇଭୋଲଟେଜ୍ ମ୍ୟାଚରୁ ମୋବାଇଲ ଆପ ମାଧ୍ୟମରେ ବେଟିଙ୍ଗ କରିବା ସମୟରେ ଏହି ପାଞ୍ଚ ଜଣଙ୍କୁ ବିଭିନ୍ନ ଯାଗାରେ ରେଡ କରି ତାଙ୍କ ନିଜ ଘରୁ ଗିରଫ କରିଛି ପୋଲିସ ।

ତେବେ ଏମାନଙ୍କ ଘର ଖୋଜା ଖୋଜି କରିବା ସମୟରେ ନଗଦ ୯ଲକ୍ଷ ଟଙ୍କା ସହ ବ୍ୟାଙ୍କ ପାସବୁକରୁ ୧୮ ଲକ୍ଷ ଟଙ୍କା ସହ ମୋଟ ୨୭ ଲକ୍ଷ ଟଙ୍କା ଏବଂ ବ୍ୟାଙ୍କ ପାସବୁକ, ମୋବାଇଲ ଓ ଏଟିଏମ କାର୍ଡ ମଧ୍ୟ ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତି ମାନେ ମାଲକାନଗିରି ସହରର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ନାମ ପି.ଶ୍ରୀନିଭାସ ରାଓ ଅରଫ ଶ୍ରୀନୁ, ଜି. ଜଗନ ରାଓ ଅରଫ ଜଗନ, ବସନ୍ତ କୁମାର ବେହେରା ଅରଫ ରୁନା ଓ ଭୋଲାନାଥ ବିଶ୍ବାସ ଅରଫ ଭୋଲା ବୋଲି ପୋଲିସ କହିଥିବା ବେଳେ ଗିରଫ ବୁକି ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହା ସହ ବେଆଇନ ବେଟିଙ୍ଗର ଚେର ଛତିଶଗଡ ରାଜ୍ୟକୁ ମଧ୍ୟ ଲମ୍ବି ଥିବାରୁ ଆଗାମୀ ଦିନରେ ସୁକୁମା ଓ ଜଗଦଲପୁର ଅଞ୍ଚଳର ବୁକିଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଏସ.ଡି.ପି.ଓ କହିଛନ୍ତି ।

   Related Posts