ଜାଲରେ ଫସିଥିଲା ୫୦ କିଲୋର ଚିତାବାଘ: ମାଂସ ରାନ୍ଧି ଖାଇଗଲେ ୫ଜଣ ସାଙ୍ଗ

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪/୦୧ : କେରଳରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଇଡୁକ୍କୀ କିଛି ଲୋକ ନିଜ ଘର ପାଖରେ ଏକ ଜାଲ ପକାଇଥିଲେ। ଏହି ଜାଲରେ ଏକ ୫୦ କିଲୋର ଏକ ଚିତା ବାଘ ଫସିଗଲା। ବାଘଟି ଜଙ୍ଗଲରୁ ଆସି ଜାଲରେ ଫସିଗଲା। ଜାଲ ପକାଇଥିବା ଲୋକେ ବାଘକୁ ଜଙ୍ଗଲରେ ନ ଛାଡି ତାକୁ କାଟି ମାଂସ ରୋଷେଇ କରି ଖାଇଲେ। ମାମଲା ସାମ୍ନାକୁ ଆସିବା ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।

{"id":397494,"sizeSlug":"large","linkDestination":"none"}

ଘଟଣା ସମ୍ପର୍କରେ ମାନକୁଲମ୍ ରେଞ୍ଜ ଅଧିକାରୀ ଉଦୟ ସୁରିଆ ସୂଚନା ଦେଇଛନ୍ତି। ଗିରଫ ୫ ଅଭିଯୁକ୍ତ ହେଲେ ବିନୋଦ, କୁରିକୋସ୍, ବିନୁ, କୁଞ୍ଜଜାପନ୍ ଏବଂ ଭିନ୍ସେଣ୍ଟ୍। ଏମାନଙ୍କ ଘର ମୁନିପାରା ସାବମାନକୁଲମରେ। ବିନୋଦ କ୍ଷେତରେ ଚିତା ଜାଲରେ ଫସିଯାଇଥିଲା। ଚିତା ଜାଲରେ ଫସି ଥିବା ଦେଖି ବିନୋଦ ନିଜର ଏହି ୪ଜଣ ସାଙ୍ଗଙ୍କୁ ଡାକିଥିଲା। ତାପରେ ଏମାନେ ମିଶି ଚିତାକୁ ମାରି ମାଂସ ରୋଷେଇ କରି ଖାଇଥିଲେ।

{"id":397495,"sizeSlug":"large","linkDestination":"none"}

ରେଞ୍ଜ ଅଫିସରଙ୍କ ଅନୁଯାୟୀ, ବିନୋଦ ଘରୁ ୧୦ କିଲୋ ମାଂସ ମଧ୍ୟ ଜବତ ହୋଇଛି। ଏମାନେ ଚିତାର ନଖ, ଚମଡା ଓ ଦାନ୍ତ ବିକ୍ରି କରିବାକୁ ଯୋଜନା କରିଥିଲେ। ଯେହେତୁ ଚିତାବାଘ ଏକ ସଂରକ୍ଷିତ ବନ୍ୟଜନ୍ତୁ ଟେକି ଶିକାର କଲେ  ୭ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।

{"id":397496,"sizeSlug":"large","linkDestination":"none"}

ଏହି ଘଟଣା ଯୋଗୁଁ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀ କହିଛନ୍ତି ଯେ ଚିତାବାଘ ଅନେକ ସମୟରେ ଶିକାର କରିବାକୁ ଜଙ୍ଗଲରୁ ଗାଁକୁ ଆସିଥାଏ। ଏଥର ଚିତାବାଘ ଶିକାର କରିପାରିନଥିଲା ବରଂ ନିଜେ ଶିକାର ହୋଇଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.