ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା:୨ ସୁପରିଟେଣ୍ଡାଣ୍ଟଙ୍କ ସମେତ ୫ ଗିରଫ

Published By : Prameya-News7 Bureau | February 23, 2019 IST

ନୂଆପଡା୨୩|୨: ନୂଆପଡାରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବୋଡେନ ଥାନାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି । ସେପଟେ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗକୁ କିଭଳି ପ୍ରଶ୍ନପତ୍ର ଭାଇରାଲ୍ ନହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବୋର୍ଡ ସଭାପତି ।

{"id":87939}

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୫ଜଣଙ୍କୁ ଗିରଫ କଲା ପୋଲିସ । ଗିରଫମାନେ ହେଲେ ନୂଆପଡା ନୋଡାଲ ହାଇସ୍କୁଲ କରଙ୍ଗାମାଲର ସୁପରିଟେଣ୍ଡେଣ୍ଟ ପ୍ରସନ୍ନ କୁମାର ପତି, ୨ ଇଭିଜିଲେଟର ମୁକୁନ୍ଦ ଶବର ଓ ବିଘ୍ନରାଜ ସୁପକାର, ଗୋପିନାଥ ହାଇସ୍କୁଲ ଲିଟିସର୍ଗିର ସୁପରିଟେଣ୍ଡଣ୍ଟ ଶୁଶିଲ କୁମାର ଯୋଶି ଓ ଇନ୍ ଭିଜିଲେଟର ଅର୍ଜୁନ ଜୟ ପଣ୍ଡା । ନୂଆପଡ଼ା ଡିଇଓ ବୋଡ଼େନ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ସେହିଭଳି ଏଥିରେ ସଂପୃକ୍ତ କିଛି ଛାତ୍ରଙ୍କ ବିରୋଧରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

{"id":87940}

ସେପଟେ ବୋର୍ଡ ପକ୍ଷରୁ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୩ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ ଓ ୩ ଜଣ ଇନଭିଜିଲେଟରଙ୍କୁ ନିଲମ୍ବନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେହିଭଳି ୪ଜଣ ଶିକ୍ଷକଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଏଥି ସହ ଆଗକୁ ଯେଭଳି ପ୍ରଶ୍ନପତ୍ର ଭାଇରାଲ୍ ନହେବ ସେଥିପାଇଁ ବି ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି । ସ୍ଥାନୀୟ ପୋଲିସ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାର ତଦନ୍ତ କରୁଛି । ସ୍ଥାନୀୟ ପୋଲିସକୁ କ୍ରାଇମବ୍ରାଞ୍ଚ ସହାୟତ କରିବ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ପି କହିଛନ୍ତି ।

{"id":87941}

ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ଉପରେ ନଜର ରଖିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏଥିସହ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କୁ ବିଚଳିତ ନହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.