ଫାଇନାନ୍ସ ଏଜେଣ୍ଟଙ୍କଠାରୁ ଲୁଟ୍ ମାମଲା : ୫ ଅଭିଯୁକ୍ତ ଗିରଫ, ୨ ଫେରାର

Published By : Prameya-News7 Bureau | October 07, 2020 IST

କଳାହାଣ୍ଡି ୭।୧୦: କଳାହାଣ୍ଡି ପାଣିଗାଁ ଜଙ୍ଗଲରୁ ଫାଇନାନ୍ସ ଏଜେଣ୍ଟଙ୍କଠାରୁ ଲୁଟ୍ ମାମଲାରେ ଜୁନାଗଡ଼ ପୋଲିସ ଦ୍ବାରା ୫ ଜଣ ଗିରଫ ହୋଇଛନ୍ତି । ଦୁଇ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଅଭିଯୁକ୍ତଙ୍କଠାରୁ ନଗଦ ୧୧ହଜାର ଟଙ୍କା, ୬ଟି ମୋବାଇଲ, ୩ଟି ବଇକ୍ ଜବତ ହୋଇଛି ।

{"id":340178,"sizeSlug":"large"}

ଗତ ୨୪ ତାରିଖ ଆରହନ ଫାଇନାନ୍ସ ଏଜେଣ୍ଟଙ୍କଠାରୁ ଲୁଟ୍ ହୋଇଥିଲା । ଏଜେଣ୍ଟ ରାହୁଲ ନାଗଙ୍କୁ ଜଙ୍ଗଲରେ ପିଛା କରି ତାଙ୍କଠାରୁ ୩୦ ହଜାର ୪୫୦ଟଙ୍କା ଲୁଟ କରାଯାଇଥିଲା । ଲୁଟେରା କଳାହାଣ୍ଡି ଜିଲ୍ଲାର ବୋଲି ଜୁନାଗଡ ପୋଲିସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.