Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ବିଲେଇ କପାଳକୁ ଛିଣ୍ଡିଲା ଶିକା : ସଙ୍ଗରୋଧ କେନ୍ଦ୍ରରେ ଘର ମାଲିକ, ଏପଟେ ସୁନା ଅଳଙ୍କାର ସହ ଗ୍ୟାସ୍‌ ଚୁଲା ପର୍ଯ୍ୟନ୍ତ ସବୁ ଲୁଟି ନେଲେ ଚୋର

17/11/2020 at 6:24 PM

ସାଲେପୁର୧୭/୧୧:  ଚୋରୀ ଅଭିଯୋଗରେ ୨ ନାବାଳକଙ୍କ ସହ ୩ ଜଣ ଯୁବକ ଗିରଫ। କଟକ ଜିଲ୍ଲା ଚୌଦ୍ବାର ଥାନା ଓଟିଏମ୍‌ କଲୋନୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏହି କଲୋନୀର ଦିବ୍ୟଜ୍ୟୋତି ଦାଶଙ୍କ ଗତ ଅଗଷ୍ଟ ୧୫ ତାରିଖରେ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ।

ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, କରୋନା ଆକ୍ରାନ୍ତ ହୋଇ ସେ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେ ଘରକୁ ଫେରିବା ପରେ ଘରର ଟିଭି, ଲ୍ୟାପଟପ୍ , ବାସନକୁସନ, ଗ୍ୟାସ ଚୁଲା, ସିଲିଣ୍ଡର, ୫୦ ହଜାର ଟଙ୍କା, ସୁନା ଅଳଙ୍କାର ସହ ଘରର ବହୁ ସାମଗ୍ରୀ ଚୋରୀ ହୋଇଯାଇଥିଲା।

ପୋଲିସ ଏହାର ତଦନ୍ତ କରି ଚୌଦ୍ୱାରର ୫ ଜଣଙ୍କୁ ପୋଲିସ୍ ଗିରଫ କରିଛି | ସେମାନଙ୍କ ମଧ୍ୟରେ ୩ ଜଣ ଯୁବକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନାବାଳକ  ରହିଛନ୍ତି। ପୋଲିସ ସେମାନଙ୍କ  ଠାରୁ ଏକ ହଳ ସୁନା କାନଫୁଲ, ଗୋଟିଏ ସୁନା ମୁଦି, ଗୋଟିଏ ଟିଭି, ଦୁଇଟି ଷ୍ଟାଣ୍ଡ ଫ୍ୟାନ, ଦୁଇଟି ଟେବୁଲ ଫ୍ୟାନ, ଏକ ଗ୍ୟାସ ଚୁଲା , ଦୁଇଟି ଗ୍ୟାସ ସିଲିଣ୍ଡର, ଏକ ଇଲେକ୍ଟ୍ରି ଆଇରନ, ବାସନକୁସନ, ୩ ହଜାର ଟଙ୍କା ସହ ଘରର ଅନ୍ୟ  କିଛି ଆସବାପତ୍ର ଜବତ କରି ଘଟଣାର ତଦନ୍ତ ଜାରି ରଖିଛି |

   Related Posts