ଅବକାରୀ ବିଭାଗର ଅତର୍କିତ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ ସହ ୫ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 19, 2021 IST

ଭଦ୍ରକ୧୯/୧: ଭିନ୍ନ ଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ। ବିପୁଳ ପରିମାଣର ରନ୍ଧା ଦେଶୀ ମଦ ସହ ଚୋରା କାରବାରରେ ବ୍ୟବହୃତ ବାଇକ ଜବତ। ମଦ କାରବାରରେ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ  ଅବକାରୀ ବିଭାଗ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇଛି। ଭଦ୍ରକ ଜିଲ୍ଲାର ଆଗରପଡା ଓ ଭଣ୍ଡାରୀପୋଖରୀ ଅଞ୍ଚଳରେ ଚଢାଉ ହୋଇଛି।

ଭିନ୍ନଭିନ୍ନ ସ୍ଥାନରୁ ୫୫୦ ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ। ମଦ ବେପାରରେ ବ୍ୟବହୃତ ୩ଟି ବାଇକକୁ ଜବତ କରିଛି ଅବକାରୀ ବିଭାଗ। ଚୋରା ମଦ ବେପାରରେ ଲିପ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.