Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ମସଜିଦ ପାଇଁ ଅଯୋଧ୍ୟାରୁ ୨୫ କିଲୋମିଟର ଦୂରରେ ୫ ଏକର ଜମି ଦେଲେ ୟୁପି ସରକାର, ସୁନ୍ନି ୱାକଫ ବୋର୍ଡକୁ ନିର୍ମାଣ ଦାୟିତ୍ୱ

5/02/2020 at 10:56 PM

ଲକ୍ଷ୍ନୌ ୦୫/୦୨ – ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ପଦକ୍ଷେପ । ଆଯୋଧ୍ୟା ନିକଟରେ ମସଜିଦ ନିର୍ମାଣ ଲାଗି ୫ ଏକ ଜମି ମଂଜୁର ପ୍ରସ୍ତାବ ଉପରେ  ମୋହର ଲଗାଇଛନ୍ତି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟାନାଥଙ୍କ କ୍ୟାବିନେଟ । ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡକୁ ଏହି ଜମି ଦିଆଯିବ ।  ଗତ ନଭେମ୍ବର ୯ ତାରିଖରେ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ( ରାୟ) ଭିତ୍ତିରେ  ମସଜିଦ ନିର୍ମାଣପାଇଁ  ଆଯୋଧ୍ୟାରେ ଏହି ୫ ଏକର ପ୍ଲଟ ପ୍ରସ୍ତାବଉପରେ ମୋହର ମାରିଛି ୟୁପି କ୍ୟାବିନେଟ ।ଏହି ଜମି ଅଯୋଧ୍ୟା ଜିଲ୍ଲାର ସୋହାୱାଲ ତହସିଲ ଅନ୍ତର୍ଗତ ଧାନୀପୁର ଗାଁରେ ଅବସ୍ଥିତ ।

 ଉତ୍ତରପ୍ରଦେଶ ସରକାରଙ୍କ ମୂଖପାତ୍ର ତଥା କ୍ୟାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ମସଜିଦ ପାଇଁ ଜମି ମଂଜୁର ସଂକ୍ରାନ୍ତ ସୂଚନା ଦେଇଛନ୍ତି । ଧାନୀପୁର ଗାଁରେ ଅବସ୍ଥିତ ଏହି ଜମି  ଜିଲ୍ଲା ମୁଖ୍ୟାଳୟ ଫୈଜାବାଦ ଠାରୁ ୧୮ କିଲୋମିଟର ଦୂର । ଅଯୋଧ୍ୟାରୁ ଏହା ୨୫ କିଲୋମିଟର ।  ତା ସହ ରାଜପଥରୁ ଏହି ପ୍ଲଟର ଦୂରତା ମାତ୍ର ୨୦୦ ମିଟର ହୋଇଥିବା ବେଳେ ଏହାର ଯୋଗାଯୋଗ ସୁବିଧା ସହଜ । ତା ସହ ଏହା ସାଂପ୍ରଦାୟୀକ ସଦଭାବ ସୁରକ୍ଷା ତଥା ଅବ୍ୟାହତ ରଖିବାର ଶ୍ରେଷ୍ଠ ସ୍ଥାନ ବୋଲି  କହିଛନ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ।

ମନ୍ତ୍ରୀ ଆହୁରି କହିଛନ୍ତି, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମସଜିଦ ନିର୍ମାଣଲାଗି ୩ ମାସ ମଧ୍ୟରେ ଜମି ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ସେହି ଭିତ୍ତିରେ ଯୁପି ସରକାର ପଦକ୍ଷେପ ନେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି , ୟୁପି ସରକାର  ୩ ଟି ସମ୍ଭାବ୍ୟ ଜମି ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ କେନ୍ଦ୍ର ସରକାର ଲକ୍ଷ୍ନୌ- ଗୋରଖପୁର ରାଜପଥ ସଂଲଗ୍ନ ଧନୀପୁରର ଗାଁରେ ଥିବା ଜମିକୁ ମସଜିଦ ପାଇଁ ମନୋନୀତ କରିଥିଲେ । ଗତ ଡିସେମ୍ବରରେ ଉତ୍ତରପ୍ରଦେଶ ସରକାର ଆଉ ୪୧ ଟି ଗାଁକୁ ମିଶାଇ ଅଯୋଧ୍ୟାର ମ୍ୟୁନିସିପାଲ  ଅଞ୍ଚଳର ଆୟତନ ବୃଦ୍ଧି କରିବାପରେ ଏବେ ମସଜିଦ ପାଇଁ   ଏହି ଜମି ପ୍ରସ୍ତାବ ମଂଜୁର କରିଛନ୍ତି ।

ଉତ୍ତର ପ୍ରଦେଶ କ୍ୟାବିନେଟର ଏହି ପଦକ୍ଷେପ ପରେ ଏବେ ସୁନ୍ନି ୱାକଫ ବୋର୍ଡ ଉପରେ ନଜର । ତେବେ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଆସନ୍ତା ୨୪ ତାରିଖରେ  ହେବାକୁ ଥିବା ବୈଠକରେ ସରକାରଙ୍କ ଉ ନିଷ୍ପତ୍ତି ନେବ ବେଲି କହିଛନ୍ତି ବୋର୍ଡ ମୂଖପାତ୍ର । ତେବେ ଅଦାଲତରେ କିଛି ବିରୋଧି ମୁସଲିମ୍‌ ପକ୍ଷଙ୍କ ପ୍ରତିନିଧିତ୍ୱ କରିଥିବା ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଏବଂ ଜମାଏତ ଉଲେମା  ଇ ହିନ୍ଦ୍ ମସଜିଦ ପାଇଁ ୫ ଏକର ଜମିକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ।

   Related Posts