ମୁରାଦାବାଦ: ପୋଲିସ ଓ ମେଡିକାଲ ଟିମକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତ କରୋନା ପଜିଟିଭ, ଥାନାକୁ କରାଗଲା ସାନିଟାଇଜ୍

Published By : Prameya-News7 Bureau | April 21, 2020 IST

ମୁରାଦାବାଦ,୨୧|୦୪:  ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଗତ ୧୫ ତାରିଖରେ ପୋଲିସ ଓ ମେଡିକାଲ ଟିମ୍ ଉପରେ ଇଟାପଥର ମାଡ କରିଥିବା ୫ ଅଭିଯୁକ୍ତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିବ୍ ଆସିଛି । ମଙ୍ଗଳବାର ସେମାନଙ୍କ ରିପୋର୍ଟ ଆସିଥିଲା । ରିପୋର୍ଟ ଆସିବା ପରେ ସେମାନଙ୍କୁ ଗିରଫ କରିଥିବା ପୋଲିସ ଅଧିକାରୀ ଓ ନାଗଫଣି ଥାନାର କିଛି କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହାସହ ଥାନା ଭିତର ଓ ପରିସରକୁ ସାନିଟାଇଜ କରାଯାଇଛି ।

ସିଏମଓ ଡାକ୍ତର ଏମସି ଗର୍ଗ କହିଛନ୍ତି ଯେ, ଆରମଏଲ ହସ୍ପିଟାଲରେ ମଙ୍ଗଳବାର ୫୮ ସନ୍ଦିଗ୍ଧଙ୍କ ରିପୋର୍ଟ ଆସିଥିଲା । ଯେଉଁଥିରେ ୧୫ଜଣ ସଂକ୍ରମିତ ଥିବା ଜଣାପଡିଛି । ଗିରଫ ହୋଇଥିବା ୫ଜଣ ସଂକ୍ରମିତ ହୋଇଛନ୍ତି । ସେମାନେ ହଟସ୍ପଟ୍ ଅଞ୍ଚଳରେ ରହୁଥିଲେ । ସମସ୍ତଙ୍କୁ ମ୍ୟାଟରନିଟି ଓ୍ୱାର୍ଡକୁ ସିଫ୍ଟ କରାଯାଇଛି । ସେମାନଙ୍କ ସମ୍ପର୍କରେ ଯେଉଁ ପୋଲିସ କର୍ମୀ ଆସିଛନ୍ତି ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି । ଜେଲରୁ ମୋଟ ୧୧ଟି ନମୂନା ପରୀକ୍ଷଣ ପାଇଁ ପଠାଯାଇଥିଲା ।

{"id":257812,"width":751,"height":421,"sizeSlug":"large"}

୧୫ କରୋନା ପଜିଟିଭଙ୍କ ମଧ୍ୟରେ ସ୍କ୍ରିନିଂ ଡ୍ୟୁଟିରେ ଥିବା ଡାକ୍ତର, ଜଣେ ୫ ବର୍ଷର ଶିଶୁ, ଜଣେ ମେଡିକାଲ ଛାତ୍ରୀ ରହିଛନ୍ତି । ଜିଲ୍ଲାରେ ଏବେ ସୁଦ୍ଧା ୫ ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ୬୭ଜଣଙ୍କ ଚିକିତ୍ସା ଜାରି କରିଥିଲେ ।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ମୁରାଦାବାଦ ନାଗଫଣି ଥାନା ଅଞ୍ଚଳରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏହି ଟିମ୍ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସେହି ସ୍ଥାନକୁ ସଟଡାଉନ୍ କରିବାକୁ ଯିବା ବେଳେ ଆକ୍ରମଣ ହୋଇଥିଲା । ପଥର ମାଡରେ ଅନେକ ପୋଲିସ ଓ ସ୍ୱାସ୍ଥ୍ୟକର୍ମୀ ଆହତ ହୋଇଥିଲେ । ଏହି ମାମଲାରେ ୧୮ଜଣଙ୍କୁ ଗିରଫ କରାଯାଇ ସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.