Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଚାନ୍ଦିପୁର ITRରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲା, ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ

18/09/2021 at 11:58 AM

ବାଲେଶ୍ୱର ୧୮।୦୯: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା । ଘଟଣାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ । ୭ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି । ବାଲେଶ୍ୱର କୋର୍ଟରେ ଆବେଦନ କରିଛି କ୍ରାଇମ୍‌ବ୍ରାଞ୍ଚ ।  ଏନେଇ କ୍ରାଇମ୍‌ବ୍ରାଞ୍ଚ ଏଡି଼ଜି ସଂଜୀବ ପଣ୍ଡା ସୂଚନା  ଦେଇଛନ୍ତି ।

ସେହିପରି ବାଲେଶ୍ୱର ବସ୍ତିରେ ଛାପା ମାରିଛି କ୍ରାଇମ୍‌ବ୍ରାଞ୍ଚ । ବସ୍ତିରୁ ୪ଜଣ ବାଲାଂଦେଶୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇନେଇଥିବାର ସୂଚନା ମଧ୍ୟ ମିଳିଛି । ସେମାନଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଥିବାର ସୂଚନା ।

ସୂଚନାଯୋଗ୍ୟ ଯେ, , ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍‌ ଅଭିଯୋଗରେ କିଛି ଦିନ ତଳେ ପୋଲିସ ୪ଜଣ ଗିରଫ ହୋଇଥିଲେ । ଏହାପରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ୪ ଜଣ ହେଲେ ବାଲେଶ୍ଵର ଚାନ୍ଦିପୁର ଅଞ୍ଚଳର ବସନ୍ତ ବେହେରା ଏବଂ ଏସ୍.କେ ମୁସାଫିର, ବାଲେଶ୍ଵର ସଦର ଥାନା ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ ଏବଂ ତାପସ ରଞ୍ଜନ ନାୟକ। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍ ରେ କାମ କରୁଥିଲେ। ବସନ୍ତ ବେହେରା ଏବଂ ଏସ୍.କେ ମୁସାଫିର ଏସି ଅପରେଟର୍ ଭାବେ କାମ କରନ୍ତି।

ସେହିପରି ହେମନ୍ତ କୁମାର ମିସ୍ତ୍ରୀ ଡିଜି ଅପରେଟର୍ ଭାବେ କାମ କରୁଥିବା ବେଳେ ତାପସ ରଞ୍ଜନ ନାୟକ ମେନ୍ ଗେଟ୍ କର୍ମଚାରୀ ଭାବେ କାମ କରନ୍ତି। ସେମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ସନ୍ଦେହ କରାଯାଉଛି। ଯାହାର ପକ୍କା ତଥ୍ୟ ପାଇବା ପରେ ପୋଲିସ ସମସ୍ତଙ୍କୁ ଗିରଫ କରିଛି। ସେପଟେ ଏନ୍‌ଆଇଏ ଟିମ୍‌ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts