ଡକାୟତି ଗ୍ୟାଙ୍ଗ୍କୁ ଧରିଲା ବ୍ରହ୍ମପୁର ପୋଲିସ : ୫ ଡକାୟତ ଗିରଫ, ସୁନା-ରୂପା ଅଳଙ୍କାର ଜବତ

Published By : Prameya-News7 Bureau | November 26, 2020 IST

ବ୍ରହ୍ମପୁର ୨୬।୧୧: ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା । ଡକାୟତି ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୋଲିସ । ୫ ଜଣ ଡକାୟତଙ୍କ ସହ ୫୪୦ ଗ୍ରାମ୍ ସୁନା ଓ ୧୦୦ ଗ୍ରାମ୍ ରୂପା ଅଳଙ୍କାର ସହ ୩୦ ହଜାର ଟଙ୍କା ଜବତ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

{"id":367954,"sizeSlug":"large"}

ଡକାୟତମାନଙ୍କ ନିକଟରୁ ଗୋଟିଏ କାର୍, ତିନୋଟି ବାଇକ୍, ଗୋଟିଏ ଟିଭି, ଗୋଟିଏ ଲାପଟପ୍,  ଗୋଟିଏ କ୍ୟାମେରା ଜବତ ହୋଇଛି । ଗିରଫ ଡକାୟତଙ୍କ ନାଁରେ ବିଭିନ୍ନ ଥାନାରେ ୧୫ ମାମଲା ଥିବା ପୋଲିସ ସୂଚନ ଦେଇଛି । ଗତ ୪ ବର୍ଷ ହେଲା ବିଭିନ୍ନ ସ୍ଥାନରୁ ଏମାନେ ଚୋରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.