Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଥ୍ରୀଲର’ର ଟ୍ରେଲରକୁ 5.7K ଡିସ୍ ଲାଇକ୍‌

23/08/2020 at 7:43 PM

ଭୁବନେଶ୍ବର୨୩/୮: ଗତ ଅଗଷ୍ଟ ୧୪ ତାରିଖରେ ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଥ୍ରୀଲର ଫିଲ୍ମ ଅନଲାଇନ୍‌ର ୨ଟି ପ୍ଳାଟ୍‌ଫର୍ମରେ ରିଜିଲ ହୋଇଛି। ଯେଉଁ ଫିଲ୍ମରେ ଓଡିଆ ଝିଅ ଅପସରା ଏବଂ ପୁଅ ରକି ଅଭିନୟ କରିଛନ୍ତି। ଯଦି ଥ୍ରୀଲର ଫିଲ୍ମର ଟ୍ରେଲର କଥା କହିବା ତେବେ ଗତ ଜୁଲାଇ ୩୦ ତାରିଖରେ ରିଲିଜ ହୋଇଥିଲା। ଏହି ଫିଲ୍ମର ଟ୍ରେଲରକୁ ନେଇ ବହୁ ବାଦ ବିବାଦ ଉପୁଜିଥିଲା। ଏହି ଫିଲ୍ମରେ ଟ୍ରେଲରକୁ ଜୁଲାଇ ୩୦ ତାରିଖରେ ରାମ ଗୋପାଳ ବର୍ମା ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଥିଲେ।

ଜୁଲାଇ ୩୦ରୁ ଅଗଷ୍ଟ ୨୩ ତାରିଖ ଅର୍ଥାତ ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମର ଟ୍ରେଲରକୁ ୧,୫୪୧,୦୪୩ ଜଣ ଲୋକ ଦେଖି ସାରିଲେଣି। ଏହି ଫିଲ୍ମର ଟ୍ରେଲରକୁ ୨୭ ହଜାର ଲୋକ ଲାଇକ୍ ମାରିଥିବା ବେଳେ ୫ ହଜାର ୭ ହଜାର ଲୋକ ଡିସ୍ ଲାଇକ୍ ମାରିଛନ୍ତି। ଟ୍ରେଲର ଦେଖିବା ପରେ ବର୍ତ୍ତମାନ ସୁଦ୍ଧା ୩,୧୭୧ ଜଣ ୟୁଜର୍ସ ମତାମତ ବା କମେଣ୍ଟ ଦେଇଛନ୍ତି। ଏହି କମେଣ୍ଟରେ କିଏ ଫିଲ୍ମଟିକୁ ପ୍ରଶଂସା କରିଥିବା ବେଳେ କେହି ଏଭଳି ଫିଲ୍ମ ନ କରିବା ଲାଗି ପରାମର୍ଶ ଦେଇଛନ୍ତି।  

ଅଗଷ୍ଟ ୧୪ ତାରିଖରେ ରିଲିଜ୍ ହୋଇଥିଲା  ରାମ ଗୋପାଳ ବର୍ମା ନିର୍ଦ୍ଦେଶିତ ଫିଲ୍ମ ଥ୍ରୀଲର । ଏହି ଫିଲ୍ମରେ ଓଡିଆ ଝିଅ ଅପରସରା ରାଣୀ ଏବଂ ଓଡିଆ ପୁଅ ରକ କଚ୍ଚି ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଦୁଇଟି ଅନଲାଇନ୍ ପ୍ଳାଟଫର୍ମରେ ରିଲିଜ୍ ହୋଇଥିଲା।ସେହି ଦୁଇଟି ପ୍ଳାଟଫର୍ମ ହେଲା  rgvworldtheatre.com ଏବଂ ShreyasET.com।

   Related Posts