Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

୫.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

26/05/2020 at 7:14 AM

ମଣିପୁର ୨୬।୦୫ : ଉତ୍ତର-ପୂର୍ବ ଭାରତରେ ଭୂକମ୍ପ ଝଟକା । କିଛି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି । କିଛି ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳୀ ମଣିପୁରର ଦକ୍ଷିଣ ପଶ୍ଚିମକୁ ୧୧ କିଲୋମିଟର ଦୂର କାକଚିଙ୍ଗରେ ଭୂକମ୍ପ ଅନୁଭୁତ ହୋଇଥିବା ଜଣାପଡିଛି । ତେବେ ଭୂକମ୍ପ ସମୟରେ ଲୋକମାନେ ବାହାରକୁ ଆସିଥିବାର ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ରାତି ୮ ଟା ୧୫ମିନିଟ୍‌ ସମୟରେ ମଣିପୁରର ପୂର୍ବ ଭାରତରେ ଭୂକମ୍ପ ଅନୁଭୁତ ହୋଇଥିଲା ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ମଣିପୁରର ଦକ୍ଷିଣ ପଶ୍ଚିମକୁ ୧୧ କିଲୋମିଟର ଦୂର କାକଚିଙ୍ଗରେ ଜଣାପଡିଛି  । ମଣିପୁରରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ସର୍ବାଧିକ ୫.୫ । ମଣିପୁର ସମେତ ଆସାମ, ମେଘାଳୟ, ମିଜୋରାମ୍, ନାଗାଲାଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ଭୂମିକମ୍ପ ଝଟ୍‌କା ଅନୁଭୂତ ହେବା ମାତ୍ର ଲୋକମାନେ ଭୟଭୀତ ହୋଇ ନିଜ ଘରୁ ବାହାରୁ ଆସିଥିଲେ । କୌଣସି ଅଘଟଣର ସୂଚନା ମିଳିନାହିଁ । ଗତ ୨ ମାସ ମଧ୍ୟରେ ଉତ୍ତର ଭାରତରେ ୩ ଥର ଭୂକମ୍ପ ଅନୁଭୂତ ହେଲାଣି ।

   Related Posts