Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବ୍ୟାଙ୍କ୍‌ ଯାଉଥିବା ବେଳେ ଲୁଟ୍‌, ମାରଣାସ୍ତ୍ର ଦେଖାଇ ଛଡାଇନେଲେ ସାଢେ ୫ ଲକ୍ଷ

15/11/2021 at 2:07 PM

ଢେଙ୍କାନାଳ,୧୫|୧୧: ଢେଙ୍କାନାଳରେ ପୁଣି ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଏକ ବେସରକାରୀ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ୧୨ଟା ସମୟରେ ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ନରଭେରମ କମ୍ପାନୀ କର୍ମଚାରୀ ରାଜେନ୍ଦ୍ର ସେଠୀ  ବାଇକରେ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଏକ ବ୍ୟାଙ୍କ ଯାଉଥିଲେ । ଏହି ସମୟରେ ଗେଙ୍ଗୁଟିଆ ଛକ ନିକଟରେ ତିନିଜଣ ଲୁଟେରା ଏକ ବୋଲେରୋ ଯୋଗେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବ୍ୟାଗ ଛଡେଇନେଇଥିଲେ ।

ତେବେ ବ୍ୟାଗରେ ସାଢେ ୫ ଲକ୍ଷ ଟଙ୍କା ରହିଥିବା ନେଇ ସୂଚନା ମିଳିଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ତେବେ ଟଙ୍କା ଲୁଟ ନେଇ ଥାନାରେ କୌଣସି ଅଭିଯୋଗ ହୋଇନି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

   Related Posts