Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଓଡିଆ ଶିଶୁର ଚମତ୍କାରିତା: ବୟୟ ୪, ଠିକ୍‌ରେ ପାଟି ଫିଟିନି ହେଲେ ଅନର୍ଗଳ ଗାଉଛି ଶ୍ରୀମଦ ଭାଗବତ ଗୀତା –ଦେଖନ୍ତୁ ଭିଡିଓ

16/11/2019 at 6:50 PM

ଜଗତସିଂହପୁର ୧୬।୧୧ –  ବୟସ ମାତ୍ର ୪ ।  ଠିକ୍ ଭାବରେ ପାଟି ଫିଟିନି  କି ନିଜ ହାତରେ ଖାଇବି ଶିଖିନି ।  କିନ୍ତୁ ଏହି କୁନି ପିଲାଟି ଗୀତାର ବିଭିନ୍ନ ଅଧ୍ୟାୟର ଶ୍ଲୋକ ଗୁଡିକୁ ଅତି ସୁନ୍ଦର ଭାବରେ ଆବୃତି କରିପାରୁଛି ।ନ ଶୁଣିଲା ଲୋକେ ଏକଥା ବିଶ୍ବାସ କରି ପାରିବେନି । ଏଭଳି ଗୀତା ଆବୃତ୍ତି କରୁଥିବା କୁନି ପିଲାଟି ହେଉଛି  ଜଗତସିଂହପୁର ଜିଲ୍ଲା ରଘୁନାଥପୁରରର ଅର୍ଣ୍ଣବ ଆଚାର୍ଯ୍ୟ ।

ଠିକ୍‌ ଭାବେ ନିଜ ହାତରେ ଖାଇ ଶିଖିନଥିବା କି ଭଲ ଭାବେ କଥାକହି ଶିଖି ନଥିବା କୁନିପୁଅ ଅର୍ଣ୍ଣବର ପ୍ରତିଭା । ମାତ୍ର  ୪ବର୍ଷର ବୟସରେ ଅନର୍ଗଳ ଗୀତ ପାଠ କରି ଚାଲିଛି  । ଗୀତା କଣ ସେ ଜାଣିନି ।  କିନ୍ତୁ ସ୍ବତଃପ୍ରବୃତ ଭାବେ ଗୀତାର ବିଭିନ୍ନ ଅଧ୍ୟାୟର ଶ୍କୋକ ମନେରଖି ଆବୃତ୍ତି କରୁଛି ଅର୍ଣ୍ଣବ । ଯାହାକି ସ୍ଥାନୀୟ ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।  ଅର୍ଣ୍ଣବ ସ୍ଥାନୀୟ ରଘୁନାଥପୁର ଗାଁର ଅଭିଷେକ ମିଶ୍ର ଓ ଲକ୍ଷ୍ମୀପ୍ରୀୟାଙ୍କର ୪ ବର୍ଷର ପୁଅ । କିଛି ଦିନ ହେଲା ସେ ସ୍କୁଲ ଯିବା ଆରମ୍ଭ କରିଛି  । ତାର ଏଭଳି ପ୍ରତିଭା ସ୍କୁଲର ଶିକ୍ଷୟତ୍ରୀଙ୍କ  ଠାରୁ  ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେଉଛି । ଲୋକେ କୌଣସି ଶୁଭକାର୍ଯ୍ୟର ଆରମ୍ଭ କରିବା ପୂର୍ବରୁ ଅର୍ଣ୍ଣବର ଗୀତ ଆବୃତି ଶୁଣିବାକୁ ତାକୁ ଘରକୁ ନେଉଛନ୍ତି  ।  କୁନି ପିଲାଟିର ଏଭଳି  ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି …..

ତେବେ ଅର୍ଣ୍ଣବଙ୍କର ଗୀତା ଶିକ୍ଷା ପଛରେ ତାଙ୍କ ଜେଜେ ମାଆଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ ।  ପ୍ରତିଦିନ ଅର୍ଣ୍ଣବର ଜେଜେମା ତିଳୋତ୍ତମା ଆଚାର୍ଯ୍ୟ ପାର୍ଥନା କଲାବେଳେ ଗୀତା ଓ ଅନ୍ୟାନ୍ୟ ଶ୍ଳୋକ ପାଠ କରଥାନ୍ତି । ଆଉ ଅର୍ଣ୍ଣବ ଏକାଗ୍ରତାର ସହ ସେସବୁ ଶୁଣି ଥାଏ ।

 ବାରମ୍ବାର ଶୁଣିବା ପରେ ଗତ କିଛି ଦିନ ତଳେ ଅର୍ଣ୍ଣବ  ହଠାତ  ମନକୁ ମନ ଗୀତା ଆବୃତି କରିଥିବା ତାର ଜେଜେମା କହିଛନ୍ତି  ।କେବଳ  ଗୀତାର ଶ୍ଲୋକ ନୁହଁ ସରସ୍ବତୀ ବନ୍ଦନା ଠାରୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ବନ୍ଦନା ମଧ୍ୟ ସେ ସହଜରେ ଆବୃତ୍ତି କରିପାରୁଛି । ଏତ କମ ବୟସରୁ ଅର୍ଣ୍ଣବର ଏଭଳି  ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

   Related Posts