ଲାଞ୍ଜିଗଡ଼ରେ ୪ବର୍ଷର ଶିଶୁକନ୍ୟାକୁ ହତ୍ୟା ଘଟଣା : ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ପଥରରେ ଛେଚି ମାରିଥିବା ସନ୍ଦେହ କରୁଛି ପୋଲିସ୍ , ଲାଗି ରହିଛି ଉତ୍ତେଜନା
13/12/2018 at 3:13 PM

ଲାଞ୍ଜିଗଡ଼ ୧୩/୧୨: ଲାଞ୍ଜିଗଡ଼ ବ୍ଲକ୍ ବିଶ୍ବନାଥପୁର ଥାନା ବନ୍ଧପାରିପଞ୍ଚାୟତ ବାଲିସରା ଗାଁରେ ଜଣେ ଚାରିବର୍ଷର ଶିଶୁ କନ୍ୟାକୁ ନିର୍ମମ ଭାବେ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁଏ ଯାଏ ଠାବ କରିପାରିନି ପୋଲିସ । ସେପଟେ ଏ ଯାଏଁ ଗାଁରେ ଉତ୍ତେଜନା ଲାଗି ରହିଛି ।
ସୂଚନାଯୋଗ୍ୟ ଯେ, ଗାଁରସାନ୍ଦ୍ରୃ ମାଝୀଙ୍କ ଚାରିବର୍ଷର ଶିଶୁ କନ୍ୟାକୁ ମଙ୍ଗଳବାର ରାତିରେ କେହି ଦୁବୃର୍ତ୍ତ ଘରୁ ଉଠାଇନେଇ ଗାଁ ମୁଣ୍ଡ ରାସ୍ତା କଡ଼ରେ ହତ୍ୟା କରିଛି। ହତ୍ୟାର କାରଣ ଅସ୍ପଷ୍ଟ ହୋଇଥିଲେ ସୁଦ୍ଧା ଏହାଗୁଣିଗାରେଡ଼ି କିମ୍ବା ପୂର୍ବଶତୃତା ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତ ପରେ ସନ୍ଦେହକରୁଥିଲା କିନ୍ତୁ ବର୍ତ୍ତମାନ ପୋଲିସ୍ ଏହାକୁ ଦୁଷ୍କର୍ମ ଏବଂ ଏହା ପରେ ପଥରରେ ଛେଚି ହତ୍ୟା ବୋଲିସନ୍ଦେହ କରୁଛି।
ପୋଲିସର ସୂଚନା ଅନୁସାରେ,ଘଟଣାର ପୂର୍ବଦିନ ସାନ୍ଦ୍ରୃଙ୍କ ବଡ଼ଶଳା ମାଟିଖଳା ଗାଁର ଖିରସା ମାଝୀଙ୍କ ସ୍ତ୍ରୀ ତିଳ ମାଝୀ ଆତ୍ମହତ୍ୟାକରିବା ଖବର ପାଇ ସାନ୍ଦ୍ରୃ ଓ ତାଙ୍କ ସ୍ତ୍ରୀ ମାତି ମାଝୀ ମାଟିଖଳା ଯାଇଥିଲେ। ସେଠାରେ ରାତି ହେବାରୁଫେରି ନପାରି ରହିଯାଇଥିଲେ। ଘରେ ବଡ଼ଭାଇ ସହ ଶିଶୁକନ୍ୟା ଥିଲା। ସନ୍ଧ୍ୟା ସୁଦ୍ଧା ବାପା – ମାଆ ନଫେରିବାରୁଦୁଇ ଭାଇ ଭଉଣୀ ଖାଇପିଇ ଶୋଇଯାଇଥିଲେ। ରାତିରେ ନିଦ ଭାଙ୍ଗିବାରୁ ଭାଇ କୃଷ୍ଣ ଉଠି ଦେଖିବା ବେଳକୁପାଖରେ ଭଉଣୀ ନଥିଲା। ରାତିରେ ଚାରିଆଡ଼େ ଖୋଜାଖୋଜି କରି ସମସ୍ତେ ନିରାଶ ହୋଇଥିଲେ। ତେବେ ସକାଳୁଗାଁ ମୁଣ୍ଡ ରାସ୍ତା କଡ଼ରେ ଶିଶୁକନ୍ୟାର ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଖବର ମିଳିଥିଲା। ଏହାପରେଗାଁ ଲୋକେ ଓ୍ବାର୍ଡ଼ସଭ୍ୟ ଉଗ୍ରସେନ ବିଭାରଙ୍କୁ ଜଣାଇବା ସହ ମାଟିଖଳା ଗାଁକୁ ପଠାଇଥିଲେ। ବାପା-ମାଆଆସିବା ପରେ ଥାନାରେ ଅଭିଯୋଗ କରାଯାଇଥିଲା।
ଅଭିଯୋଗ ପାଇ ବିଶ୍ବନାଥପୁର ପୋଲିସ୍ ତଦନ୍ତ କରିଛି। ଏଭଳି ଏକ ସ୍ପର୍ଶକାତରଘଟଣାକୁ ନେଇ ପୋଲିସ୍ ଅଧିକାରୀମାନେ ତଦନ୍ତ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସହ ଭବାନୀପାଟଣାଓ ରାୟଗଡ଼ାର ସନ୍ଧାନୀ କୁକୁରର ସହାୟତା ନେଇଥିଲେ। ଘରର ବାଡ଼ିପଟୁ କେହି ଦୁର୍ବୃତ୍ତ ପଶି ଶିଶୁକନ୍ୟାକୁଉଠାଇ ନେଇଥିବା ସ୍ପଷ୍ଟ ହୋଇଥିଲେ ହେଁ ହତ୍ୟାର କାରଣ ସମ୍ପର୍କରେ କୈାଣସି ସୁରାକ ମିଳିପାରିନଥିଲା।ଅନ୍ୟ ପକ୍ଷରେ ହତ୍ୟାକୁ ନେଇ ନାନା ସନ୍ଦେହ ଘନୀଭୂତ ହେଉଛି। ପ୍ରାଥମିକ ତଦନ୍ତରୁ ଏହା ଗୁଣିଗାରେଡ଼ିକିମ୍ବା ପୂର୍ବ ଶତ୍ରୃତା ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ୍ ଅନୁମାନ କରିଥିଲା। ଅତିରିକ୍ତ ଏସପିମନୋଜ ମହନ୍ତ ଓ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ବର ଭୋଇ ଘଟଣାସ୍ଥଳକୁ ଯାଇ ଶବ ଜବତ କରିଥିଲେ। ବ୍ୟବଚ୍ଛେଦପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରଯାଇଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବିଶ୍ବନାଥପୁରଥାନାଧିକାରୀ କାହ୍ନୁଚରଣ ସ୍ବାଇଁ କହିଛନ୍ତି।
ଘଟଣା ପୂର୍ବରୁ ମଧ୍ୟ ଘର ବାଡ଼ିପଟୁ କେହି ଦୁଇତିନି ଥର ପଶିବା ଉଦ୍ୟମକରିଥିବା ସାନ୍ଦ୍ରୃ ପ୍ରକାଶ କହିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ବନ୍ଧପାରିସରପଞ୍ଚ ଫୁଲମେ ମାଝୀଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।