Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଚତୁର୍ଥ ଟେଷ୍ଟ : ରୋହିତଙ୍କ ଲଢୁଆ ବ୍ୟାଟିଂ, ଏବେସୁଦ୍ଧା ଭାରତ ୧୧୨/୪

5/03/2021 at 1:03 PM

ଅହମ୍ମଦାବାଦ,୦୫/୦୩:  ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ଦଳ ପ୍ରଥମ ଦିନ ଗୋଟିଏ ଓ୍ୱିକେଟ୍ ହରାଇ ୨୪ ରନ୍ କରିଥିଲା । ତେବେ ଦ୍ୱିତୀୟ ଦିନରେ ଦଳକୁ ଆରମ୍ଭରୁ ବଡ ଝଟକା ଲାଗିଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ । ଦଳ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ମାତ୍ର ୨୦୫ ରନରେ ଅଲଆଉଟ୍ ହୋଇଯାଇଥିଲା । ତେବେ ୨୦୫ ରନର ପିଛା କରୁଥିବା ଭାରତ ପ୍ରଥମ ଦିନରେ ହିଁ ଶୁଭମନ ଗିଲଙ୍କ ଓ୍ୱିକେଟ୍ ହରାଇଥିଲା । ସେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ତେବେ ଦ୍ୱିତୀୟ ଦିନରେ ବ୍ୟାଟିଂ ଆରମ୍ଭ କରିଥିବା ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା କିଛି ସମୟ ପାଇଁ ଲଢେଇ କରିଥିଲେ । କିନ୍ତୁ ପୂଜାରା ୧୭ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ୦ ରନ୍ କରି ଆଉଟ୍ ହୋଇଥିଲେ । ଏବେ କ୍ରିଜରେ ରୋହିତ ୪୮ ଓ ଋଷଭ ପନ୍ତ ୧୨ ରନରେ ବ୍ୟାଟିଂ କରୁଛନ୍ତି । ଦଳର ସ୍କୋର ୪ ଓ୍ୱିକେଟ୍ ବିନିମୟରେ ୧୧୨ ରହିଛି ।

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ବେନ୍ ଷ୍ଟୋକସ୍ ଓ ଜ୍ୟାକ୍ ଲିଚ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।

   Related Posts