ଐତିହାସିକ ବିଜୟ ପରେ ଭାବବିହ୍ବଳ ହେଲେ ପନ୍ତ : କହିଲେ, ‘ସବୁଦିନ ଭାବୁଥିଲି, କେବେ ଭାରତ ପାଇଁ ଜିତିବି, ଏହି ବିଜୟ ସ୍ମରଣୀୟ ହୋଇରହିବ ’

Published By : Prameya-News7 Bureau | January 19, 2021 IST

ବ୍ରିସବେନ ୧୯/୦୧ : ଗାବା ଟେଷ୍ଟରେ ଐତିହାସିକ ବିଜୟ ପରେ ଟିମ ଇଣ୍ଡିଆକୁ ପ୍ରଶଂସାର ସୁଅ ଛୁଟୁଛି । କଙ୍ଗାରୁ ଟିମକୁ ୨-୧ରେ ଧୂଳି ଚଟାଇବା ପ​‌ରେ ବହୁ ପ୍ରତିକ୍ଷିତ ବିଜୟ ହାସଳ କରିଛି ଭାରତ । ବ୍ରିସବେନର ଗାବା ମୈଦାନରେ ଋଷଭ ପନ୍ତଙ୍କ ଅପରାଜିତ ୮୯ ରନ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା ।

ମ୍ୟାଚ୍‌ ବିଜୟୀ ଇନିଂସ ପରେ ଋଷଭ ପନ୍ତ କହିଛନ୍ତି, ‘ଏହା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ ’ । ଭାରତ ସାମ୍ନାରେ ଅଷ୍ଟ୍ରେଲିଆ ୩୨୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ ଟିମ ଇଣ୍ଡିଆର ଯୁବ ପ୍ରତିଭା ଶୁଭମାନ ଗିଲ ଏବଂ ଋଷଭ ପନ୍ତ ଦମଦାର ଇନିଂସ ଖେଳି ଭାରତକୁ ବିଜୟ ଭେଟି ଦେଇଥିଲେ । ଏହା ସହ ଦଳକୁ ଭରପୂର ସହଯୋଗ କରିଥିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଚେତେଶ୍ବର ପୂଜାରା ।

wp:embed {"url":"https://twitter.com/ICC/status/1351438046101610498","type":"rich","providerNameSlug":"twitter","responsive":true,"className":""}
https://twitter.com/ICC/status/1351438046101610498
/wp:embed

ମ୍ୟାଚ୍ ବିଜୟୀ ଇନିଂସ ପାଇଁ ଋଷଭ ପନ୍ତଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଛି । ମ୍ୟାଚ୍ ପରେ ପନ୍ତ କହିଛନ୍ତି, ‘ଏହା ମୋ ଜୀବନର ସବୁଠାରୁ ବଡ ଏବଂ ସ୍ମରଣୀୟ ମୂହୁର୍ତ୍ତ । ମୁଁ ଏଥି ପାଇଁ ଖୁସି ଯେ, ମୋର ସାଥୀ ଖେଳାଳୀମାନେ ଏବଂ ଟିମ ସପୋଟିଂ ଷ୍ଟାଫ୍ ମୋତ ଭରପୁର ସହଯୋଗ କରିଥିଲେ । ଯେତେବେଳେ ମୁଁ ଆଦୌ ଖେଳି ପାରୁନଥିଲି ସେତେବେଳେ ମଧ୍ୟ ସେମାନେ ମୋତେ ସହଯୋଗ କରିଛନ୍ତି । ଏହି ସିରିଜ୍‌ ମୋ ପାଇଁ ବହୁତ ଖାସ ଥିଲା’ ।

୨୩ ବର୍ଷୀୟ ପନ୍ତ କହିଛନ୍ତି, ‘ଟିମ ପ୍ରବନ୍ଧକ ସବୁବେଳେ ମୋତେ ସହଯୋଗ କରିଛନ୍ତି ଏବଂ କହିଛନ୍ତି ତୁମେ ଜଣେ ମ୍ୟାଚ ବିଜେତା ଏବଂ ଟିମ ପାଇଁ ମ୍ୟାଚ ଜିତେଇବାକୁ ପଡିବ । ମୁଁ ପ୍ରତିଦିନ ଏହା ଭାବୁଥିଲି ଯେ କେବେ ମୋତେ ମ୍ୟାଚ ଜିତାଇବାକୁ ସୁଯୋଗ ମଳିବ ଏବଂ ଆଜି ତାହା ପୂରଣ ହୋଇଛି’ ।

wp:embed {"url":"https://twitter.com/ICC/status/1351444561487224833","type":"rich","providerNameSlug":"twitter","responsive":true,"className":""}
https://twitter.com/ICC/status/1351444561487224833
/wp:embed

ଭାରତ ଏହି ଟେଷ୍ଟ ସିରିଜକୁ ୨-୧ରେ ବିଜୟ ସହ ବର୍ଡର ଗାଭାସ୍କର ଟ୍ରଫିକୁ ନିଜ ନାଁରେ କରିଛି ।  ଅଷ୍ଟ୍ରେଲିଆରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଏହା ଏପରି ସମୟରେ ହୋଇଛି ଯେତେବେଳେକି ଟିମର ଅନେକ ଅଭିଜ୍ଞ ଖେଳାଳୀ ଆହତ ହୋଇଛନ୍ତି । ଏହି ସିରିଜ ବେଳେ ଆହତ ଖେଳାଳୀ ତାଲିକା ଲମ୍ବା କିନ୍ତୁ ଭାରତୀୟ ଯୁବ ଖେଳାଳୀଙ୍କ ଖେଳୁଆଡ ମନୋଭାବ ଟିମକୁ ସିରିଜ ବିଜୟ କରିବା ସହ ଐତିହାସିତ ସଫଳତା ଆଣିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.