ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପକେଟ ମନିରୁ ସଞ୍ଚୟ କରିଥିବା ୫ହଜାର ଟଙ୍କା ପ୍ରଦାନ କଲେ ଚତୁର୍ଥ ଶ୍ରେଣୀର ଆଦିତି ଦାସ ଏବଂ ୟୁକେଜିର ଅର୍ଣ୍ଣବ

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର୧୪|୫; ବାତ୍ୟା ଫୋନି ପିଡୀତଙ୍କୁ ସାହାଯ୍ୟ ଉଦେଶ୍ୟରେ କୁନି ଭାଇଭଉଣୀଙ୍କ ଅର୍ଥଦାନ । ପକେଟ୍ ମନିରୁ ପଇସା ସଞ୍ଚିଥିବା ଏହି କୁନି ଭାଇଭଉଣୀ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ହଜାର ଟଙ୍କା ଦାନ କରିଛନ୍ତି  । ଭୁବନଶ୍ବର ପୋଖରିପୁଟ ଡ଼ିଏଭି ସ୍କୁଲର ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି ଆଦିତୀ ଦାସ ଏବଂ ୟୁକେଜିରେ ପଢୁଥିବା ତାଙ୍କ ଭାଇ ଅର୍ଣ୍ଣବ ଦାସ ।

{"id":111914}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । । ପକେଟ୍ ମନିରୁ ସଞ୍ଚୟ କରଥିବା ଉଭୟ ବାତ୍ୟା ପୀଡ଼ିତଙ୍କୁ ସହାୟତା କରିବାକୁ ଇଛା ପ୍ରକାଶ କରିଥିଲେ । ଏହି ସଞ୍ଚିତ ଟଙ୍କାରେ ବାସହରା ଲୋକଙ୍କ ଘର ତିଆରି ହେଉ ବୋଲି ଉଭୟ ଇଚ୍ଛା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଥିପାଇଁ ଆଦିତୀ ଏବଂ ଅର୍ଣ୍ଣବଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

{"id":111915}

ଅନ୍ୟର ବିପଦ ବେଳେ ଠିଆ ହୋଇ ଥିବାରୁ ଉଭୟଙ୍କୁ ଧନ୍ୟବାଦ ଦେଇଛନ୍ତି ।  ଅର୍ଣ୍ଣବ ଏବଂ ଆଦିତୀଙ୍କ ଏଭଳି ପ୍ରୟାସଙ୍କୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.