ଆସନ୍ତା ୨୯ ତାରିଖରେ ୬ ଲୋକସଭା ୪୧ ବିଧାନସଭା ପାଇଁ ମତଦାନ : କେନ୍ଦ୍ରାପଡାର ୧୪୩୮ ବୁଥରେ ହେବ ଭୋଟ ଗ୍ରହଣ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ୱର ୨୭/୪ : ବୁଥ୍ ମୁହାଁ ପୋଲିଂ ଅଧିକାରୀ ଓ କର୍ମଚାରୀ । ସୋମବାର ଶେଷ ପର୍ଯ୍ୟାୟରେ ରାଜ୍ୟର ୬ ଲୋକସଭା ଏବଂ ୪୧ ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏଥିପାଇଁ ଭୋଟିଂ ମେସିନ ଏବଂ ଆବଶ୍ୟକ ସାମଗ୍ରୀ ଧରି ଆଜି ନିଜନିଜ ବୁଥ୍ ଅଭିମୁଖେ ବାହାରି ଯାଇଛନ୍ତି ପୋଲିଂ ପାର୍ଟି ।...  

{"id":108175}

ଆସନ୍ତା ୨୯ ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ୪୧ ବିଧାନସଭା ପାଇଁ ହେବ ମତଦାନ । ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ଜଗତସିଂହପୁର ଏସଭିଏମ କଲେଜଠାରେ ଏକାଠି ହୋଇଥିଲେ ଜିଲ୍ଲାର ୧୦୪୭ ବୁଥରେ ଭୋଟ ଗ୍ରହଣ ନିମନ୍ତେ ନିୟୋଜିତ ୭ ହଜାର ୩୨୯ ପୋଲିଂ କର୍ମଚାରୀ ।

{"id":108179}

ଏଠାରୁ ଇଭିଏମ ଏବଂ ଭିଭି ପାର୍ଟ ମେସିନ୍‌ ଧରି ପୋଲିଂ କର୍ମଚାରୀ ନିଜନିଜ ବୁଥ୍ ଅଭିମୁଖେ ବାହାରିଛନ୍ତି । ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବାକୁ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି ।…

{"id":108176}

ଏପଟେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଜିଲ୍ଲାରେ ଥିବା ୧୪୩୮ ପୋଲିଂ ବୁଥ୍ ପାଇଁ ନିର୍ବାଚନ ପରିଚାଳନା ଅଧିକାରୀ ବାହାରିଗଲେଣି। କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ହୋଇଥିବା କ୍ୟାମ୍ପରେ ପୋଲିଂ ଅଧିକାରୀମାନଙ୍କୁ ଇଭିଏମ ଓ ଭିଭି ପାର୍ଟ ହସ୍ତାନ୍ତର କରାଯାଇଥିଲା । ସେହିପରି ବାଲେଶ୍ବରରେ ବି ପ୍ରାୟ ୧୫ ହଜାର ପୋଲିଂ ଅଧିକାରୀ ବାହାରି ଯାଇଛନ୍ତି ବୁଥ୍ ଅଭିମୁଖେ । ଏଠାରେ ୧୮୮୭ ବୁଥରେ ଭୋଟ୍ ଦେବେ ପ୍ରାୟ ୧୮ ଲକ୍ଷ  ଭୋଟର ।

{"id":108177}

ସେହିପରି ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟ ବୁଥ୍ ଅଭିମୁଖେ ବାହାରିଯାଇଛନ୍ତି ପୋଲିସ ଅଧିକାରୀ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.