Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ : ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

29/04/2019 at 7:51 AM

ଭୁବନେଶ୍ୱର ୨୯ : ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଯାଇଛି । ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ଆଜି ମତଦାନ ହେବ । ରାଜ୍ୟରେ ଏହା ଶେଷ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ।…


ସକାଳ ୭ଟାରୁ ଆରମ୍ଭ ହେବ ଭୋଟ୍‌ ଗ୍ରହଣ । ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର (ମ୍ୟାପ୍‌ ବ୍ୟବହାର କରିବେ) ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ଭୋଟର ବାଛିବେ ସେମାନଙ୍କର ଲୋକସଭା ଓ ବିଧାନସଭା ସଦସ୍ୟଙ୍କୁ ।


କେବଳ ପାଟକୁରା ନିର୍ବାଚନ ମେ’ ୧୯କୁ ଘୁଞ୍ଚିଛି। ୬ ଲୋକସଭା ଆସନରେ ୫୨ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।


କେନ୍ଦ୍ରାପଡ଼ା ଜିଲ୍ଲାର ୧୪୩୮ଟି ପୋଲିଂ ୩୫ଟି ଆଦର୍ଶ ବୁଥ୍‌ ରହିଛି । ଏଠାରେ ୩୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛନ୍ତି । ଭଦ୍ରକ ଜିଲ୍ଲାର ୧୨ ଶହ୯୨ଟି ବୁଥରେ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ୨୧୨୩ ବୁଥ୍‌ରେ ୧୬ ଲକ୍ଷ ୮୦ ହଜାର ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।


ଜଗତସିଂହପୁର ଜିଲ୍ଲାରେ ୧୦୪୭ଟି ବୁଥ୍ କରାଯାଇଥିବା ବେଳେ ଯାଜପୁର ଜିଲ୍ଲାରେ ୧୬୧୯ଟି ବୁଥ୍‌ କରାଯାଇଛି।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬ ଲୋକସଭା ୪୧ ବିଧାନସଭା ଆସନରେ ୩୩୬ ପ୍ରାର୍ଥୀଙ୍କ ଭାଗ୍ୟ ୯୫ ଲକ୍ଷରୁ ଅଧିକ ମତଦାତାଙ୍କ ହାତରେ ରହିଛି।

   Related Posts