ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି : ବୁଥ୍‌ରେ ପହଞ୍ଚି ସାରିଲେଣି ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମୀ

Published By : Prameya-News7 Bureau | April 28, 2019 IST

ବାରିପଦା ୨୮|୪: ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ହେବ ଭୋଟ୍ ଗ୍ରହଣ । ଏ ନେଇ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏକପ୍ରକାର ସରିଲାଣି । ବୁଥ୍ ଗୁଡିକରେ ପହଞ୍ଚି ସାରିଲେଣି ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମୀ । ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଓ ୯ଟି ରୁ ୮ ବିଧାନସଭା ଆସନରେ ହେବ କାଲି ମତଦାନ। କେଉଁଝର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା କରଞ୍ଜିଆରେ ମତଦାନ ୩ୟ ପର୍ଯ୍ୟାୟରେ ସରିଛି।

{"id":108350}

ଜିଲ୍ଲାରେ ୨ ହଜାର ୧୨୩ଟି ବୁଥ୍‌ରେ ମୋଟ୍ ୧୬ ଲକ୍ଷ ୮୦ ହଜାର ୧୨ ଜଣ ମତଦାତା କରିବେ ସେମାନଙ୍କ ମତଦାନ। ସେମାନଙ୍କ ମଧ୍ୟରେ ୮ ଲକ୍ଷ ୨୫ ହଜାର ୨୫ ଜଣ ମହିଳା ଭୋଟର ଥିବାବେଳେ ୮ ଲକ୍ଷ ୨୩ ହଜାର ୬୪୪ ଜଣ ପୁରୁଷ ଭୋଟର ଅଛନ୍ତି।

{"id":108351}

ଚଳିତ ନିର୍ବାଚନରେ ଜିଲ୍ଲାରେ ୨୮ ହଜାର ୪୦ ଜଣ ନୂଆ ଭୋଟର ପ୍ରଥମ ଥର ଲାଗି ମତଦାନ କାରିବେ। ଜିଲ୍ଲାରେ ୪୮ଟି ଅତି ସମ୍ବେଦନଶୀଳ ଏବଂ ୧୩୮ଟି ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ ହୋଇଛି । ପ୍ରଶାସନ ପକ୍ଷରୁ ଏଗୁଡିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.