ଏସୀୟ କ୍ରୀଡା ୨୦୧୮ର ଚତୁର୍ଥ ଦିନରେ ଜୋରଦାର ସମ୍ଭାବନା ସୃଷ୍ଟି କରିଛନ୍ତି ଭାରତୀୟ କ୍ରୀଡାବିତ୍

Published By : Prameya-News7 Bureau | August 22, 2018 IST

ଏସୀୟ କ୍ରୀଡା ୨୦୧୮ର ଚତୁର୍ଥ ଦିନରେ ଜୋରଦାର ସମ୍ଭାବନା ସୃଷ୍ଟି କରିଛନ୍ତି ଭାରତୀୟ କ୍ରୀଡାବିତ୍ । ବର୍ତ୍ତମାନ ସୁଦ୍ଧା ପଦକ ଚୁଡାନ୍ତ ହୋଇନି । ତେବେ ଗେମ୍ ରେକର୍ଡ ସହ ୨୫ ମିଟର ପିସ୍ତଲ ରାଉଣ୍ଡର ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ମହିଳା ସୁଟର ମନୁ ଭାକର । ତାଙ୍କ ସହ ସୁଟର ରାହି ସର୍ନୋବତ ବି ଫାଇନାଲରେ ପହଞ୍ଚିଛନ୍ତି । ମନୁ ଭାକର ୫୯୩ ପଏଣ୍ଟ ସହ ଫାଇନାଲ ବର୍ଥରେ ପ୍ରବେଶ କରିଛନ୍ତି । ଯାହାକି ତାଙ୍କର ସର୍ବୋଚ୍ଚ ଗେମ୍ ରେକର୍ଡ । ସେପଟେ ଟେନିସ୍ ରେ ପଦକ ନିଶ୍ଚିତ କରିଛନ୍ତି ଭାରତୀୟ ମହିଳା ଟେନିସ ତାରକା ଅଙ୍କିତା ରୈନା । ତେବେ ଚଳିତ ଏସୀଆନର ତୃତୀୟ ଦିନ ଏବେ ସୁଦ୍ଧା ସଫଳ ରହିଛି । ଗତକାଲି ତୃତୀୟ ଦିନରେ ୫ ଟି ପଦକ ଜିଣିଥିଲେ ଭାରତୀୟ କ୍ରୀଡାବିତ୍ । ଆଜି ବି ସେହି ସଫଳତା ବଜାୟ ରଖିବାକୁ ଭାରତୀୟ ଦଳ ବିଭିନ୍ନ ଇଭେଣ୍ଟରେ ଜୋରଦାର ପ୍ରୟାସ ଜାରି ରଖିଛି ।ଜିମନାଷ୍ଟ ପ୍ରଣତି ନାୟକ ଓ ଅରୁଣା ରେଡ୍ଡି ଭଲ ପ୍ରଦର୍ଶନ କରି ପଦକ ଆଶା ରଖିଛନ୍ତି । ପୁରୁଷ ହକିରେ ଆଜି ହଙ୍ଗକଙ୍ଗକୁ ଭେଟୁଥିବା ଭାରତୀୟ ଦଳ ବିଜୟ ନେଇ ବେଶ୍ ଆଶାବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.