Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ, ସଂକ୍ରମିତ ଭଦ୍ରକ ଜିଲ୍ଲାର

31/03/2020 at 10:15 PM

ଭୁବନେଶ୍ଵର ୩୧।୦୩: ଲକ୍‌ଡାଉନ୍‌ ପରି କଠୋର ପଦକ୍ଷେପ ସତ୍ଵେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ମଧ୍ୟରେ ଓଡିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ଘଟିଛି। ସଂକ୍ରମିତ ଯୁବକଙ୍କ ଘର ଭଦ୍ରକ। ତାଙ୍କ ବୟସ ୨୯ ବର୍ଷ। କିଛି ଦିନ ତଳେ ସେ ଦୁବାଇରୁ ଫେରିଥିଲେ। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି। ଚତୁର୍ଥ କରୋନା ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ଏହା ପୂର୍ବରୁ ରାଜ୍ୟରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇ୍‌ଥିଲେ। ସମସ୍ତେ ଭୁବନେଶ୍ଵରର  ବାସିନ୍ଦା ଥିଲେ। ଏହା ପୂର୍ବରୁ ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୪୭୬ ଜଣଙ୍କ କରୋନା ଚିହ୍ନଟ କରାଯାଇଥିଲା। ଏଥିରୁ କେବଳ ତିନି ଜଣ ହିଁ ପଜିଟିଭ୍ ଥିଲେ। ବାକି ରିପୋର୍ଟ ନେଗେଟିଭ୍ ଆସିଥିଲା। ଏବେ ଚତୁର୍ଥ କରୋନା ରୋଗୀ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି। ଚତୁର୍ଥ ସଂକ୍ରମିତ କାହା ସଂସ୍ପର୍ଶରେ ଆସିଛନ୍ତି ତାର ଯାଞ୍ଚ ଆରମ୍ଭ ହୋଇ ଯାଇଛି।

ପୂର୍ବରୁ ତିନି ରୋଗୀଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଉଲ୍ଲେଖଯୋଗ୍ୟ ସମଗ୍ର ଦେଶରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୭ରେ ପହଞ୍ଚିଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ମୋଟ୍ ୪୯ ଜଣ ବିଦେଶୀ ନାଗରିକ ଅଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ ସର୍ବାଧିକ କରୋନା ସଂକ୍ରମିତ କେରଳରୁ ଆସିଛି। ଏହି ରାଜ୍ୟରେ ୨୩୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଦ୍ଵିତୀୟରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରୁ ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

   Related Posts