ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଟ୍ୟୁସନ ଦିଦି ମାଡ ମାରିଥିବା ଅଭିଯୋଗ

Published By : Prameya-News7 Bureau | May 14, 2019 IST

ନୀଳଗିରି ୧୪|୫: ଛାତ୍ରୀକୁ ମାଡ । କ୍ଷୁଦ୍ରତମ ସଂଖ୍ୟା କହିପାରିଲାନି ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅମାନୁଷିକ ଭାବେ ଟ୍ୟୁସନ ଦିଦି ଓ ତାଙ୍କ ମା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ନୀଳଗିରି ଥାନା ଅଧିନ ପୋଡ଼ାଶୂଳ ନିକଟ ବାଉଁସନାଳ ଗାଁରେ ।  ହରିଶ ଚନ୍ଦ୍ର ଷଡଙ୍ଗୀଙ୍କ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ ରିଙ୍କି ପୋଡାଶୂଳ ଅଞ୍ଚଳର ଆଭିଲିପ୍ସା ଜେନାଙ୍କ ପାଖରେ ଟିଉସନ ପଢ଼ନ୍ତି । ଗତକାଲି ଝିଅଟି ଟିଉସନ ଯିବାରେ ବିଳମ୍ବ ହେବା ଓ  ଠିକଭାବେ ପାଠ କହିନପାରିବାରୁ ଅତି ଅମାନୁଷିକ ଭାବେ ତାକୁ ମାଡ଼ ମରାଯାଇଥିଲା । ପରେ ଛାତ୍ରୀ ଜଣକ ଘରେ ଆସି ଭୟରେ ଶୋଇଥିବା ବେଳେ ତାଙ୍କ ବାପାଙ୍କ ସନ୍ଦେହ ହେବାରୁ ଝିଅ ମାଡ଼ ମାରିବା କଥା କହିଥିଲା । ଏଥିରେ ଝିଅଟିର ଗୋଡ଼, ହାତରେ ଗଭୀର କ୍ଷତ ଲାଗିଥିବା ବେଳେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଝିଅର ବାପା ଏନେଇ ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.