Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ରାୟଗଡାରୁ ଗିରଫ ହେଲା ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣାର ଚତୁର୍ଥ ଅଭିଯୁକ୍ତ, ବନ୍ଧୁଙ୍କ ଘରେ ଲୁଚିଥିଲା

8/12/2019 at 12:40 PM

ପୁରୀ ୮।୧୨: ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣାର ଚତୁର୍ଥ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ରାୟଗଡାରୁ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରିଛି ପୁରୀ ପୋଲିସ । ଛେକାଗୁଡା ଓ ଧୁମାଗୁଡା ଗାଁ ନିକଟରେ ନାଗାବଳୀ ନଦୀରେ ଗାଧୋଇଥିବା ବେଳେ ତାକୁ ଧରିଛି ପୋଲିସ । ବ୍ରହ୍ମଗିରି ରେଣ୍ଢା ଗାଁର ବୁଲୁ ବାରିକ ଗଣଦୁଷ୍କର୍ମ ଘଟଣା ପରେ ରାୟଗଡା ପଳାଇଯାଇଥିଲା । ସେଠାରେ ଥିବା ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା ।

ଗଣଦୁଷ୍କର୍ମ ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ, ରାଜେଶ ସେଠୀ ଏବଂ ରାମଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପୀଡିତାଙ୍କ କହିବା ଅନୁଯାୟୀ, ୨ ତାରିଖ ଦିନ ୩ଟା ବେଳେ  ନିମାପଡାରେ କାକଟପୁର ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ବସ ଚାଲିଯାଇଥିବାରୁ ସେ କେମିତି ଯିବେ ବୋଲି ବ୍ୟସ୍ତ ହେଉଥିଲେ । ସେତିକିବେଳେ ୪ ଜଣ କାରରେ ପହଞ୍ଚିଥିଲେ । ପୋଲିସ ପରିଚୟ ପତ୍ର ଦେଖାଇ ତାଙ୍କୁ ଛାଡି ଦେବେ ବୋଲି ବିଶ୍ବାସ ଜନ୍ମାଇଥିଲେ । ଯୁବତୀ ଏମାନଙ୍କୁ ବିଶ୍ବାସକରି କାରରେ ଚାଲିଆସିଥିଲେ । କାର ଭିତରେ ଯୁବତୀଙ୍କୁ ୪ଜଣ ବେହୋସ କରିଦେଇଥିଲେ । ପରେ ପୁରୀ ଝାଡେଶ୍ବରୀ କ୍ଲବ୍ ନିକଟ ଏକ କ୍ବାର୍ଟରରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ।

   Related Posts