Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନଦୀପଠାରୁ ଗିରଫ ହେଲା ପୁରୀ ଗଣଦୁଷ୍କର୍ମ ମାମଲାର ଚତୁର୍ଥ ଅଭିଯୁକ୍ତ

8/12/2019 at 8:07 PM

ପୁରୀ ୦୮।୧୨ – ପୁରୀ ଗଣଦୁଷ୍କର୍ମ ମାମଲାରେ ଚତୁର୍ଥ ଅଭିଯୁକ୍ତ ଗିରଫ। ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ରାୟଗଡ଼ାରୁ ଗିରଫ କରିଛି ପୁରୀ ପୋଲିସ। ଗଣଦୁଷ୍କର୍ମ ପରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିଲା ଅଭିଯୁକ୍ତ। ଏହାସହିତ ପୁରୀ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ନଦୀପଠାରୁ ଗିରଫ ହୋଇଛି ଅଭିଯୁକ୍ତ ।ବହୁଚର୍ଚ୍ଚିତ ପୁରୀ ଗଣଦୁଷ୍କର୍ମ ଘଟଣାର ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।ଇଏ ହେଉଛି ବୁଲୁ ବାରିକ । ରାୟଗଡ଼ାର ଛେକାଗୁଡ଼ା ଓ ଧୁମାଗୁଡ଼ା ଗାଁ ନିକଟରେ ନାଗାବଳୀ ନଦୀରେ ଗାଧୋଇବା ବେଳେ ଅଭିଯୁକ୍ତ ବୁଲୁ ବାରିକକୁ କାବୁ କରିଛି ପୁରୀ ପୋଲିସ । ସେଠାରେ ସେ ଜଣେ ସଂପର୍କୀୟଙ୍କ ଘରେ ଲୁଚିଥିଲା ବୁଲୁ । ବ୍ରହ୍ମଗିରି ରେଣ୍ଢାଗାଁର ବୁଲୁ ବାରିକ ପୁରୀ ଗଣଦୁଷ୍କର୍ମ ଘଟଣା ପରେ ରାୟଗଡ଼ା ପଳାଇଥିଲା । ଯେତେବେଳେ ସାରା ଦେଶରେ ନାରୀ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ସେତିକି ବେଳେ ପୁରୀ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା  ।

ନିମାପଡ଼ାରେ ବସ୍‌କୁ ଅପେକ୍ଷା କରିଥିବା ଜଣେ ନାବାଳିକାକୁ ଘରେ ଛାଡ଼ିଦେବାକୁ କହି ଗାଡ଼ିରେ ବସାଇ ନେଇଥିଲେ ୪ ଅଭିଯୁକ୍ତ । ପୁରୀ ସହରର ଝାଡ଼େଶ୍ବରୀ କ୍ଲବ୍‌ ନିକଟରେ ଏକ ପୋଲିସ କ୍ବାର୍ଟରରେ ଏହି ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା ।ସେମାନଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇଥିଲେ ।ଘଟଣା ଡିସେମ୍ବର ୨ ତାରିଖରେ

ଘଟିଥିଲା ।ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଏବଂ ତାର ଅନ୍ୟ ଜଣେ ସହଯୋଗୀକୁ ପୁରୀ ପୋଲିସ ଗିରଫ କରିଥିଲା ।ପରେ ତୃତୀୟ ଅଭିଯୁକ୍ତକୁ ଗତକାଲି ବ୍ରହ୍ମଗିରି ଅଞ୍ଚଳରୁ ଗିରଫ କରାଯାଇଥିଲା ।ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଏବଂ ତାର ସହଯୋଗୀ ରାଜେଶ ସେଠୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।ମାମଲାରେ ୨୦ ଦିନ ମଧ୍ୟରେ ଚାର୍ଜସିଟ୍‌ ହେବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ କହିଥିଲେ ।ଏବେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଯାଇଥିବା ବେଳେ ପୋଲିସର ଚାର୍ଜସିଟ୍‌କୁ ଅପେକ୍ଷା କରାଯାଇଛି ।…

   Related Posts