ସମରେ ବିରଳ ଅସ୍ତ୍ରୋପଚାର : ସୁସ୍ଥ ଶିଶୁ ସହ ଗର୍ଭବତୀଙ୍କ ପେଟରୁ ବାହାରିଲା ୪ କିଲୋର ଟ୍ୟୁମର

Published By : Prameya-News7 Bureau | December 13, 2018 IST

ଭୁବନେଶ୍ୱର ୧୩/୧୨ : ଏକ ବିରଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ଗର୍ଭବତୀ ମହିଳାଙ୍କ ପେଟରୁ ଏକ ସୁସ୍ଥ ଶିଶୁ ସହ ୪ କିଲୋ ଓଜନର ଟ୍ୟୁମର ବାହାର କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟି ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି ।
୯ ମାସ ତଳେ ବ୍ରହ୍ମପୁର ଅଂଚଳର ଜଣେ ମହିଳା ନିଜର ପେଟରେ ବଢ଼ୁଥିବା ଟ୍ୟୁମର୍ର ଚିକିତ୍ସା ପାଇଁ ସମ୍ ହସ୍ପିଟାଲ୍ ଆସିଥିଲେ । ତେବେ ଚିକିତ୍ସା ସମୟରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା । ତେଣୁ ତାଙ୍କର ଟ୍ୟୁମର ଚିକିତ୍ସା ସହ ଗର୍ଭାବସ୍ଥାର ମଧ୍ୟ ଯତ୍ନ ନେବା ଆରମ୍ଭ କରାଯାଇଥିଲା । ଠିକ୍ ୯ ମାସ ପରେ ଅସ୍ତ୍ରୋପଚାର ଯୋଗେ ମହିଳାଙ୍କ ପେଟରୁ ୪ କେଜିର ଟ୍ୟୁମର ବାହାର କରାଯିବା ସହ ସୁସ୍ଥ ଶିଶୁ ପୁତ୍ରଟିଏ ମଧ୍ୟ ଜନ୍ମ କରାଇବାରେ ସଫଳ ହୋଇଛନ୍ତି ସମ୍ ଡାକ୍ତର । 

{"id":63184}


ସମର ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ଏବଂ ଆଡ୍ଭାନ୍ସ ଲାପ୍ରୋସ୍କୋପିକ୍ ସର୍ଜନ୍ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ନିଖୁଣ ଭାବେ ଅପରେସନ୍ କରି ଦୁଇ କେଜି ୫୦୦ ଗ୍ରାମର ସୁସ୍ଥ ଶିଶୁକୁ ସଫଳ ଅସ୍ତ୍ରୋପଚାର ଯୋଗେ ଜନ୍ମ କରାଇବା ସହ ଟ୍ୟୁମର ମଧ୍ୟ କାଢ଼ିଛନ୍ତି ।


ବିଶେଷତଃ ଟ୍ୟୁମର ଥାଇ ମହିଳା ଗର୍ଭବତୀ ରହିବା ଏବଂ ଅସ୍ତ୍ରୋପଚାର କରି ଏହାକୁ ବାହାର କରିବା ସହ ଶିଶୁ ଜନ୍ମ ହେବା ଖୁବ୍ କଷ୍ଟକର ବ୍ୟାପାର ହୋଇଥାଏ । ଅପରେସନ୍ ସମୟରେ ଅଧିକ ରକ୍ତସ୍ରାବର ଭୟ ରହିଥାଏ । ତେବେ ଏହିସବୁ ସତ୍ୱେ ଖୁବ୍ ସାବଧାନତାର ସହ ସଫଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର । ଡଃ ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡଃ ସୂର୍ଯ୍ୟକାନ୍ତ ଜୟସିଂହ ଏବଂ ନିଶ୍ଚେତକ ବିଭାଗର ଡଃ ଜନ୍ମେଜୟ ସାହୁଙ୍କ ସମେତ ଛଅ ଜଣିଆ ବିଶେଷଜ୍ଞ ଦଳ ଅପରେସନରେ ସାମିଲ ହୋଇଥିଲେ । ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.