ବିବାହ କରିବାକୁ ନାବାଳିକାଙ୍କୁ ଅପହରଣ : ବନ୍ଧକ ରଖି ୩ବନ୍ଧୁଙ୍କ ସହ ଗଣଦୁଷ୍କର୍ମ କଲା ଯୁବକ

Published By : Prameya-News7 Bureau | September 06, 2020 IST

ଜାଲୋର ୬/୯: ରାଜସ୍ଥାନର ଜାଲୋର ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଅପହରଣ କରି ତାଙ୍କୁ ଗଣଦୁଷ୍କର୍ମ କରିବାର ଘଟଣା ସାମନାକୁ ଆସିଛି। ପୋଲିସ୍ ପକ୍ସୋ ଆକ୍ଟରେ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ଜାଲୋର ଜିଲ୍ଲାର ଭିନମାଲରେ ନାବାଳିକା ପୀଡ଼ିତା ଥାନାରେ ଅପହରଣ ଏବଂ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି।

ପୋଲିସର କହିବା ଅନୁସାରେ,ଭିନମାଲ ସହର ବାସିନ୍ଦା ଜଣେ ନାବାଳିକା ପୀଡ଼ିତାଙ୍କ ପରିବାର ଲୋକେ ରିପୋର୍ଟ ଦେଖାଇ କହିଥିଲେ ଯେ ନାବାଳିକା ଚାଲି ଚାଲି ନିଜ ମାମୁଁ ଘରକୁ ଯାଉଥିଲେ। ଏହି ସମୟରେ ୪ଜଣ ଦୁର୍ବୃତ୍ତ ନାବାଳିକାକୁ କାରରେ ଘୋଷାଡ଼ି ବ୍ଲାକମେଲ୍ କରି ଫଟୋ ଭାଇରାଲ୍ କରିବାର ଧମକ ଦେଇ ବିବାହ କରିବା ଉଦ୍ଦେଶ୍ୟରେ ଅପହରଣ କରି ନେଇଥିଲେ।

ଅଭିଯୁକ୍ତ ମନୀଷ ନିଜ ମୋବାଇଲରୁ ଫଟୋ ଦେଖାଇ ଫଟୋ ଭାଇରାଲ୍ କରିବା ଏବଂ ଏକାଠି ଯିବାକୁ ଧମକ ଦେଇଥିଲେ। ଏହା ପରେ ପୀଡ଼ିତା ତା ସହ ବାଇକରେ ପାଲିରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଅଭିଯୁକ୍ତର ମାଉସୀ ଘରେ ବନ୍ଧକ କରି ରଖାଯାଇଥିଲା। ସେଠାରେ ନାବାଳିକା ସହ ଅସଦାଚରଣ କରାଯାଇଥିଲା।

ଦ୍ବିତୀୟ ଦିନ ଅଭିଯୁକ୍ତ ମନୀଷ ନାବାଳିକାଙ୍କୁ ପାଲିରୁ ଜାଲୋର ନେଇ ଆସିଥିଲା । ସେଠାରେ ଅଭିଯୁକ୍ତ ଜଗଦୀଶ ପରମାର,ସୋମତାରାମ,ଜେଠମଲ ନିଜ କାର୍ ନେଇ ଛିଡ଼ା ହୋଇଥିଲେ। ନାବାଳିକାଙ୍କୁ ଜବରଦସ୍ତି କାରରେ ବସାଇ ଭିନମାଲ ଛାଡ଼ିବାକୁ କହି ଅଭିଯୁକ୍ତ ଜଗଦୀଶର ଫାର୍ମ ହାଉସ୍ ନେଇଯାଇଥିଲେ।

ଅଭିଯୁକ୍ତ ମନୀଷ ସେଠାରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା ଏବଂ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ପୀଡ଼ିତାଙ୍କୁ ବନ୍ଧକ ରଖି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପୋଲିସ ପୀଡ଼ିତାଙ୍କ ପରିବାର ଦ୍ବାରା କରାଯାଇଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।

ପୋଲିସ ମୁଖ୍ୟ ଅଭିଯୁକ୍ତ ମନୀଷକୁ ଗିରଫ କରିଛି। ପୋଲିସ୍ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.