ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ , ୨୪ ଘଣ୍ଟାରେ ୪୯୮୮୧ ନୂଆ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦: ଦେଶରେ ଲଗାତର କିଛି ଦିନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଥିଲା । କିନ୍ତୁ ଗତ ୨ଦିନର ସଂଖ୍ୟାକୁ ଦେଖିଲେ ଲାଗୁଛି, ଯେ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବୁଧବାର ତୁଳନାରେ ଗୁରୁବାର ଦିନ କୋଭିଡ଼-୧୯ ସଂକ୍ରମଣ ମାମଲା ବଢିଛି । ବୁଧବରା ଦିନ ୪୩,୮୯୩ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ୪୯,୮୮୧ଜଣ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ତାଲିକା ୭୩ଲକ୍ଷ ପାର୍‌ ହୋଇଛି । ସେହିପରି ଗୁରୁବାର ଦିନର ତଥ୍ୟ ଅନୁସାରେ ୫୧୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

wp:html /wp:html

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ , ଗତ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସରେ ୪୯,୮୮୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ସେହିପରି ୫୧୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । କୋଭିଡ଼-୧୯ ରେ ଦେଶରେ ମୋଟ ୮୦,୪୦,୨୦୩ଜଣ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩,୧୫,୯୮୯ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୫୬,୪୮୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ ଲଗାତର ଭାବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ଆକ୍ଟିଭ୍‌ କେସ୍‌ ୭ଲକ୍ଷ ତଳେ ରହିଛି । ସକ୍ରିୟ କେସ୍‌ ଦେଶରେ ୬,୧୦,୮୦୩ରେ ପହଞ୍ଚିଛି । ସେହିପରି କରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୦,୫୨୭ଜଣଙ୍କ ମୃତ୍ୟୁ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.