Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

Forbes ସୂଚୀରେ ସାମିଲ ହେଲେ ୪୯୩ ନୂଆ ଧନକୁବେର, ମହାମାରୀରେ ଆରବପତିଙ୍କ ଧନବୃଦ୍ଧିର ଜାଣନ୍ତୁ ରହସ୍ୟ

7/04/2021 at 6:26 PM

ନ୍ୟୁଜର୍ସି : କରୋନା ଭାଇରସ ମହାମାରୀ ଯୋଗୁ ସାରା ବିଶ୍ୱ ଆର୍ଥିକ ସଂକଟରେ ଉବୁଟୁବୁ ହେଉଥିବା ବେଳେ ଧନକୁବେରଙ୍କ ଲାଗି ବର୍ଷଟି ବେଶ ଉତ୍ସାହପ୍ରଦ ସାବ୍ୟସ୍ତ ହୋଇଛି। ଲୋକେ ଘରେ କବାଟ କିଳି ରହିଥିବା ବେଳେ ସେମାନଙ୍କ ଆୟ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବଢିବାରେ ଲାଗିଥିଲା।  ସେୟାର ବଜାର ଏ ନେଇ ଅନେକ ପୂର୍ବରୁ ସୂଚନା ଦେଇଛି।  ହେଲେ ଏବେ ଫୋର୍ବସ୍‌ ମ୍ୟାଗଜିନରେ ପ୍ରକାଶିତ ଧନକୁବେରଙ୍କୁ ସୂଚୀ ଏହା ପ୍ରମାଣିତ କରିଛି।

ଫୋର୍ବସ୍‌ଙ୍କ ସୂଚନା ଅନୁସାରେ ୨୦୨୦ରେ ଆରବପତିଙ୍କ ମୋଟ ସମ୍ପତ୍ତି ୧୩.୧ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଇଛି। ତେବେ ଏହା ପୂର୍ବବର୍ଷ ଅର୍ଥାତ ୨୦୧୯ରେ ସେମାନଙ୍କ ମୋଟ ସମ୍ପତ୍ତିର ପରିମାଣ ମାତ୍ର ୮ ଟ୍ରିଲିୟନ ଡଲାର ମଧ୍ୟରେ ସୀମିତ ଥିଲା। ତେବେ ଜାରି ତାଜା ତଥ୍ୟ ମଧ୍ୟ ଏକ ପୂର୍ବାନୁମାନ ମାତ୍ର ବୋଲି ବିଶେଷଜ୍ଞ କହିଛନ୍ତି। ହୁଏତ ଆକଳନ ସେମାନଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ ହୋଇପାରେ । ତେବେ ମ୍ୟାଗଜିନ ସୂଚନାରେ ସବୁଠୁ ଆଶ୍ଚର୍ଯ୍ୟଜନକ ଯାହା ତାହା ହେଉଛି ଗତବର୍ଷ ସାରା ବିଶ୍ୱ ଘରେ କବାଟ କିଳି ରହିଥିବା ବେଳେ ପ୍ରତି ୧୭ ଘଣ୍ଟାରେ ଜଣେ ନୂଆ ବିଲିୟୋନେୟାର ସୂଚୀରେ ସାମିଲ ହେଉଥିଲେ। ଏମିତିରେ କରୋନାକାଳରେ ମୋଟ ୪୯୩ ନୂଆ ଆରବପତି ସୃଷ୍ଟି ହୋଇଛନ୍ତି।

ତେବେ ପ୍ରଣିଧାନଯୋଗ୍ୟ ବିଷୟଟି ହେଲା କରୋନା ଲକଡାଉନ୍‌ ସେମାନଙ୍କ  ନିମନ୍ତେ ସୁଯୋଗ ସୃଷ୍ଟି କରିଥିଲା। ୨୦୨୦ରେ ସୃଷ୍ଟି ହୋଇଥିବ ଖାସ ପରିସ୍ଥିତି ହିଁ ସେମାନଙ୍କୁ କୋଟିପତି କରିଛି। ଏଥିରେ ସ୍ପେସ୍‌-ଏକ୍ସ କ୍ରେଫ୍ଟୋ କରେନ୍ସି ଓ କୋଭିଡ ହେଲଥ୍ କେୟାରରେ ନିବେଶ କରିବା ଯୋଗୁ ଅକୁତ ସମ୍ପତ୍ତି ହାସଲ କରିଥିଲା। ଏଣୁ ଆରବପତିଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଏତେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ତେବେ ଏଥିରେ ଅଧିକ ଧନପତି ଚୀନ୍‌ରେ ସୃଷ୍ଟି ହୋଇଛନ୍ତି।

ନୂଆନୂଆ ଧନିକଙ୍କ ସଂଖ୍ୟା ବଢିଥିଲେ ବି ଆମେରିକୀୟ ଧନପତି ଜେଫ ବେଜୋସଙ୍କୁ କେହି ପଛରେ ପକାଇ ପାରିନାହାନ୍ତି। ସେ ଏବେବି ବିଶ୍ୱର ୧ ନମ୍ବର ଧନିକ ସ୍ଥାନରେ ଥିବା ବେଳେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୮୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି। ବ୍ଲୁମବର୍ଗ ସୂଚୀ ଅନୁସାରେ ତାଙ୍କ ମୋଟ ସମ୍ପତ୍ତିରେ ୭୫ ବିଲିୟନ ଡଲାର ବୃଦ୍ଧି ହୋଇଛି।

ତେବେ ବେଜୋସ ଏବେ ଖାସ୍‌ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ତାଙ୍କ ସମ୍ପତ୍ତି ଓ ଆୟ ବୃଦ୍ଧି ହୋଇଛି ସେଥି ଲାଗି ନୁହେଁ ଆଲବାମାସ୍ଥିତ ତାଙ୍କ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ୟୁନିୟନ ଲାଗି ସେ ଖାସ ଚର୍ଚ୍ଚାରେ ଅଛନ୍ତି। ଏଠାରେ ପ୍ରାୟ ୬ହଜାର କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସେମାନେ ୟୁନିୟନ କରିବା ଲାଗି ଭୋଟ ମଧ୍ୟ ଦେଇଛନ୍ତି। ତେବେ ଆମଜନ କମ୍ପାନୀ ବୈଷୟିକ ବାଧା ସୃଷ୍ଟି କରି ଭୋଟ ପରିଣାମ ଘୋଷଣା କରୁ ନାହାନ୍ତି।

ସିନେଟର ବଜେଟ୍ ସମିତି ସଭାପତି ବର୍ଣ୍ଣି ସେଣ୍ଡର୍ସ କର୍ମଚାରୀଙ୍କ ସଭାରେ ବ୍ୟକ୍ତିଗତ ଯୋଗ ଦେଇଥିଲେ। ଏଥିରେ ବେଜୋସ କର୍ମଚାରୀଙ୍କ ହକ୍‌ କାଟି ନିଜ ସମ୍ପତ୍ତିରେ ଅସାଧାରଣ ଅଭିବୃଦ୍ଧି କରିଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ସେଣ୍ଡର୍ସଙ୍କ ଅଭିଯୋଗ କେବଳ ବେଜୋସ ନୁହନ୍ତି ତାଙ୍କ ଭଳି ସମସ୍ତ ଆରବପତିଙ୍କ ଲାଗି ମଧ୍ୟ କାର୍ଯ୍ୟକାରୀ ହେଉଥିବା ସମୀକ୍ଷକ କହିଛନ୍ତି। ଏଣୁ ମହାମାରୀରେ ସମଗ୍ର ବିଶ୍ୱ ତ୍ରସ୍ତ ଥିବା ବେଳେ ଧନକୁବେରଙ୍କ ଘରେ ଲକ୍ଷ୍ମୀ ବର୍ଷା ହେଉଥିଲେ ବୋଲି ଫୋର୍ବସ୍‌ ରିପୋର୍ଟରୁ ଜଣାପଡିଛି।

   Related Posts