ବଡ ଆଉ ଭଲ ଖବର: 'କରୋନା ଡରକୁ ମନରୁ କାଢନ୍ତୁ, ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧% ରୁ ବି କମ୍'

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ, ୧୧|୦୬: ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହା ମଧ୍ୟରେ ଏକ ଆଶ୍ୱସ୍ତୀକର ଖବର ସାମ୍ନାକୁ ଆସିଛି । ଏବେ ସୁସ୍ଥ ହାର ୪୯.୨ ପ୍ରତିଶତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ସକ୍ରିୟ ସଂଖ୍ୟାଠୁ ଅଧିକ ରହିଛି । ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଆମକୁ ସେହି ଦେଶ ସହ ତୁଳନା କରିବା ଉଚିତ ଯାହାର ଜନସଂଖ୍ୟା ଭାରତ ସହ ପାଖାପାଖି ସମାନ । ଯେଉଁ ଦେଶର ଜନସଂଖ୍ୟା କମ୍ ସେହି ଦେଶ ସହ ତୁଳନା କରାଯିବ ଅନୁଚିତ ।

ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି ଯେ, ଲକ୍ଷେ ଜନସଂଖ୍ୟାରେ ଆମ ଦେଶରେ ମାମଲା ବହୁତ କମ । ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁହାର ମଧ୍ୟ କମ୍ । ୮୩ ଜିଲ୍ଲାରେ ସର୍ଭେ କରାଯାଇ ଲକଡାଉନ୍ ସଫଳ ହୋଇଛି ବୋଲି ଜଣାପଡିଛି । ଏହି ସମୟରେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଅଟେ ।

ଆଇସିଏମଆରର ତଥ୍ୟାନୁସାରେ, ସହରରେ ଗ୍ରାମ ତୁଳନାରେ ଅଧିକ ମାମଲା ସାମ୍ନାକୁ ଆସିଛି । ୨୪ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏପ୍ରିଲ ଶେଷ ଯାଏଁ କଣ ସ୍ଥିତି ରହିଛି ତାକୁ ନେଇ ଏହି ସର୍ଭେ ହୋଇଥିଲା । ମନରୁ ଡର କାଢିବାକୁ ହେବ । ଦେଶରେ ଏକ ପ୍ରତିଶତରୁ କମ୍ ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ଭାରତରେ ଗୋଷ୍ଠୀ ସଂକ୍ରମଣ ନାହିଁ ବୋଲି ଆଇସିଏମଆର କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.