୯ ତାରିଖ ପରେ ବଢିବ ବର୍ଷାର ପରିମାଣ, ଗତ ଆଠଦିନ ମଧ୍ୟରେ ୪୯ ପ୍ରତିଶତ ଅଧିକ ବର୍ଷା ହେଲାଣି

Published By : Prameya-News7 Bureau | July 08, 2019 IST

ଭୁବନେଶ୍ବର୮|୭; ଆସନ୍ତା କାଲିଠାରୁ ଅର୍ଥାତ ୯ ତାରିଖ ପରେ ବଢିବ ବର୍ଷାର ପରିମିଣ ଗୋଟିଏ ଦୁଇଟି ସ୍ଥନାରେ ପ୍ରବଳ ବ ସମ୍ଭାବାନା ଥିବାବେଳେ, କିଛି ସ୍ଥାନରେ ଘଡ଼ିଘନି ସହିତ ସ୍ବଳ୍ପ ପରିମାଣ ବର୍ଷାରସମ୍ଭାବନା ଥିବା କହିଲା ପାଣିପାଗ ବିଭାଗ।  ଜୁନ ୧ରୁ ଜୁଲାଇ ୮ତାରିଖ ଭିତରେ ଆବଶ୍ୟକ ଠାରୁ  ୧୧ପ୍ରତିଶତ ବର୍ଷା କମ ହେଇଥିବାବେଳେ କେବଳ ଜୁଲାଇ ପହିଲାଠୁ ଆଜି ପର୍ଯ୍ୟନ୍ତ ୪୯ ପ୍ରତିଶତ ଅଧିକ ବର୍ଷା ହେଇଛି । ଚାଷ ପାଇଁ ପାଗ ଅନୁକୂଳ ଥିବାବେ​‌ଳେ, ବନ୍ୟାର କୌଣସି ସମ୍ଭାବନା ନଥିବା କହିଛନ୍ତି ପାଣିପାଗ ନିର୍ଦ୍ଦେଶକ

୨୪ ଘଣ୍ଟା ପର୍ଯ୍ୟନ୍ତ ସେ ଭଳି ବଡ଼ ବର୍ଷା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଉପକୂଳ ଓଡ଼ିଶର କିଛି କିଛିସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।  ୯ ତାରିଖରୁ ବର୍ଷାର ପରିମାଣ ବଡ଼ିବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ଆଉ କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବାନା ରହିଛି। ଖାସ କରି ସୁନ୍ଦରଗଡ଼ , କେନ୍ଦୁଝର, ମୟୁରଭଞ , ଯାଜପୁର ଢୋଙ୍କାନାଳ , ଅନୁଗୁଳ,  କେନ୍ଦ୍ରାପଡ଼ା ସହିତ କଟକରେ ଗୋଟିଏ ଦୁଇଟି ସ୍ଥନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏଭଳି ପାଗ ଆଗକୁ ୩ ରୁ୪ଦିନ ପର୍ଯ୍ୟନ୍ତ ଲାଗି ରହିବ ।

ସେପଟେ ଉତ୍ତର ପଞ୍ଜାବରୁ ବଙ୍ଗୋପସାଗରେ ଉପରେ ଥିବା ଟ୍ରପ ଲାଇନ ପ୍ରଭାବରେ ଓଡ଼ିଶରେ ସ୍ବଭାବିକ ବର୍ଷା ରହିଛି । ଯଦିଓ ଜୁନମାସ ୧ ତାରିଖରୁ ଆଜି ପର୍ଯ୍ୟନ୍ତ  ଆବଶ୍ୟକ ଠାରୁ ୧୧ପ୍ରତିଶତ ବର୍ଷା କମ ରହିଛି । ​‌​‌ ସେପଟେ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ  ଆବଶ୍ୟକ ଠାରୁ ୪୯ପ୍ରତିଶତ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ତେଣୁ ଚାଷକାର୍ଯ୍ୟ ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଦେଖିବାକୁ ଗଲେ କୋରାପୁଟ ଜିଲ୍ଲାରେ ଆବଶ୍ୟକଠାରୁ ୨୮ ପ୍ରତିଶତ ଅଧିକ ବର୍ଷା ରେକଡ଼ କରାଯାଇଥିବାବେଳେ, ଗଜପତିରେ ୫୯ ପ୍ରତିଶତ କମ ବର୍ଷା ରେକଡ଼ କରାଯାଇଛି।

ରାଜ୍ୟରେ ମୌସୁମୀ ସକ୍ରିୟ ଥିବା​‌ବେଳେ, ଗତ ୨୪ ଘଣ୍ଟାରେ ହୀରାକୁଦଠାରେ ୨୩.୭ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିବାବେଳେ, ରାଜଧାନୀରେ ଅପରାହ୍ନ ପରେ  ଘଡ଼ଘଡ଼ି ସହିତ ସ୍ବଳ୍ପ ପରିମାଣର ବର୍ଷାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.