ରାଜଧାନୀରୁ ଆଉ ୪୯ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦ ଟପିଲା

Published By : Prameya-News7 Bureau | July 20, 2020 IST

ଭୁବନେଶ୍ୱର, ୨୦|୦୭: ଭୁବନେଶ୍ୱରରୁ ଆଉ ୪୯ ନୂଆ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

ସ୍ଥାନୀୟ ସଂକ୍ରମିତମାନେ ହେଲେ ବରମୁଣ୍ଡାର ୮ ବର୍ଷର ବାଳକ, ଗଙ୍ଗନଗରର ୩୩ ବର୍ଷୀୟ ବ୍ୟକ୍ତି, ଖାରବେଳ ନଗରର ୬୦ ବର୍ଷୀୟ ବୃଦ୍ଧ, ଏକ ସରକାରୀ ଅଫିସର ୩୮ ବର୍ଷୀୟ କର୍ମଚାରୀ, ୟୁନିନ-୩ର ୫୬ ବର୍ଷୀୟ ବ୍ୟକ୍ତି, ବିଜେବି ନଗରର ୪୦ ବର୍ଷୀୟ ବ୍ୟକ୍ତି । ସେହିପରି ନୟାପଲ୍ଲୀ ନୂଆସାହିର ୬୦ ବର୍ଷୀୟ ବୃଦ୍ଧ, ଟଙ୍କପାଣି ରୋଡର ୫୧ ବର୍ଷୀୟ ବ୍ୟକ୍ତି, ପୋଖରୀପୁଟର ୨୦ ବର୍ଷର ଯୁବକ, ଲକ୍ଷ୍ମୀସାଗରର ୨୪ ବର୍ଷୀୟ ଯୁବକ, ଖଣ୍ଡଗିରିର ୪୬ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ମହିମା ଢାବା ନିକଟରେ ଜଣେ ୩୫ ବର୍ଷୀୟ ଯୁବକ, ଭରତପୁରର ୩୭ ବର୍ଷୀୟ ବ୍ୟକ୍ତି ଓ ଖଣ୍ଡଗିରି ପ୍ଲାଜାର ୬୯ ବର୍ଷୀୟ ବ୍ୟକ୍ତି ।

wp:html /wp:html

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏବେସୁଦ୍ଧା ୧୨୩୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୭୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ୧୧ ଜଣ ପ୍ରାଣ ହରାଇଥିବା ବେଳେ ୫୪୨ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.