ରାଜ୍ୟର ୪୯ ଓ ୫୦ ନମ୍ବର କରୋନା ସଂକ୍ରମିତ ପୂର୍ବରୁ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ

Published By : Prameya-News7 Bureau | April 11, 2020 IST

ଭୁବନେଶ୍ବର୧୧/୪: ରାଜ୍ୟରେ କୋଭିଡ-୧୯ ପଜିଟିଭ ସଂଖ୍ୟା ୫୦କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କଠାରୁ ନିକଟ ଆତ୍ମୀୟଙ୍କୁ ଏହା ବ୍ୟାପୁଥିବା ଦେଖାଯାଇଛି। ରାଜ୍ୟର ୪୯ ନମ୍ବର ଏବଂ ୫୦ ନମ୍ବର କରୋନା ପଜିଟିଭ୍‌ଙ୍କ ତଥ୍ୟରୁ ଏହା ଜଣାପଡିଛି।  

wp:core-embed/twitter {"url":"https://twitter.com/IPR_Odisha/status/1248960085222543362?s=20","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1248960085222543362?s=20
/wp:core-embed/twitter

ସୂଚନା ଓ ଲୋକ ସଂପର୍କ ବିଭାଗର ଖବର ଅନୁଯାୟୀ, ୪୯ ନମ୍ବର କୋଭିଡ୍-୧୯ ପଜିଟିଭ୍ ଜଣେ ମହିଳା ତାଙ୍କ ବୟସ ୩୫ ବର୍ଷ। ୫୦ ନମ୍ବର କୋଭିଡ-୧୯ ପଜିଟିଭ୍ ହେଉଛନ୍ତି ଜଣେ ଯୁବକ, ଏବଂ ତାଙ୍କ ବୟସ ୨୩ ବର୍ଷ।  ଉଭୟ ଭୁବନେଶ୍ବର ମଧୂସୁଦନ ନଗରରେ ପୂର୍ବରୁ ଚିହ୍ନଟ କୋଭିଡ୍-୧୯ ସଂକ୍ରମିତଙ୍କ ସଂପର୍କରେ ଆସିଥିଲେ। ମଧୂସୁଦନ ନଗରର ସଂପୃକ୍ତ ବ୍ୟକ୍ତି ଜଣଙ୍କ ରାଜ୍ୟର ୪୧ ତମ କରୋନା ସଂକ୍ରମିତ ରୋଗୀ। ଗତ ୭ ତାରିଖ ଦିନ ତାଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ତାଙ୍କର ୨ ଜଣ ଘନିଷ୍ଠଙ୍କ ସ୍ବାବ୍ ପରୀକ୍ଷଣରୁ କୋଭିଡ୍-୧୯ ଭୂତାଣୁ ମିଳିବା ପରେ ଆଶଙ୍କା ବଢ଼ିଛି।

wp:core-embed/twitter {"url":"https://twitter.com/IPR_Odisha/status/1248950282039349248?s=20","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1248950282039349248?s=20
/wp:core-embed/twitter

 ସୂଚନାଯୋଗ୍ୟ ଯେ,ଭୁବନେଶ୍ବର ମଧୂସୂଦନ ନଗର( ୟୁନିଟ-୪)ରେ ପୂର୍ବରୁ ଚିହ୍ନଟ କୋଭିଡ୍-୧୯ ସଂକ୍ରମିତଙ୍କ ବୟସ ୪୫ବର୍ଷ । ଏବେ ତାଙ୍କର ଦୁଇଜଣ ସଂପର୍କୀୟ କରୋନା ପଜିଟିଭ୍ ହେବା ପୂର୍ବରୁ ଭୁବନେଶ୍ବର ସୂର୍ଯ୍ୟନଗର ଏବଂ ବମିଖାଲରେ ମଧ୍ୟ ଗୋଟିଏ ପରିବାର ଏକାଧିକ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି।  ତେବେ ସବୁଠାରୁ ବଡ଼ ତଥା ଆଶ୍ବସ୍ତିକର କଥା ହେଲା ୧୨ ଜଣ କୋଭିଡ୍-୧୯ ପଜିଟିଭ୍ ରୋଗୀ ଏଥି ମଧ୍ୟରେ ସୁସ୍ଥ ହୋଇଛନ୍ତି। ଅବଶିଷ୍ଟ ୩୭ ଜଣ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କଠାରେ କରୋନା ଜନିତ ସାଧାରଣ ଲକ୍ଷଣ ଦେଖାଯାଉ ନଥିବା ଶନିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.