ମାଲ୍ ପହଞ୍ଚାଇଦେଲେ ମିଳୁଛି ପୁଳା ପୁଳା ଟଙ୍କା : ଖୋର୍ଦ୍ଧାରୁ ୪୮କେଜି ଗଞ୍ଜେଇ ଜବତ,୩ ଗିରଫ
21/01/2020 at 5:02 PM

ଖୋର୍ଦ୍ଧା ୨୧/୧: ଖୋର୍ଦ୍ଧା ଗୋଡ଼ିପଡ଼ା ଜଙ୍ଗଲ ପାଖ ରାସ୍ତାରେ ଏକ କାରରୁ ୪୮କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ମୋବାଇଲ୍ ସ୍କ୍ବାର୍ଡ଼ । ଏଥି ସହ କାରବାରରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରିଛି । କୋରାପୁଟରୁ ବିହାର ପର୍ଯ୍ୟନ୍ତ ଲମ୍ବିଛି ଏହି ନୀଳ ଜହର କାରବାରର ଚେର ।

ମାଲ୍ ପହଞ୍ଚାଇଦେଲେ ମିଳୁଛି ପୁଳା ପୁଳା ଟଙ୍କା । ସର୍ଟକଟ୍ ଉପାୟରେ ମାଲେମାଲ୍ ହେବାର ମାଧ୍ୟମ ପାଲଟିଛି ନୀଳ ଜହର । କୋରାପୁଟରୁ ବିହାର ପର୍ଯ୍ୟନ୍ତ ଲମ୍ବିଛି ଚୋରା ଚାଲାଣର ନେଟ୍ଓ୍ବାର୍କ । ଖୋର୍ଦ୍ଧା ଜଙ୍ଗଲ ପାଖ ରାସ୍ତାରୁ ଅବକାରୀ ସ୍କ୍ବାର୍ଡ଼ ଏକ ଗଞ୍ଜେଇ ବୋଝେଇ କାର୍କୁ ଜବତ କରିବା ପରେ ଖୋଲିଛି ଏମିତି କିଛି ଗୁମର । ଗାଡ଼ିରୁ ୪୮କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କରାଯାଇଛି ।

କୋରାପୁଟରୁ ଗାଜିଆବାଦ ଚାଲଣ ହେଉଥିଲା ଏହି ନୀଳ ଜହର । ଗୋଟେ ଗୋଷ୍ଠୀ ଖୋର୍ଦ୍ଧା ପର୍ଯ୍ୟନ୍ତ ମାଲ୍ ପହଞ୍ଚାଇବା ପରେ ଆଉ ଗୋଟେ ଗୋଷ୍ଠୀ ଏହାକୁ ଭୁବନେଶ୍ବର ଆଣିବାକୁ ପ୍ରସ୍ତୁତିରେ ଥିଲେ । ଆଉ ଭୁବନେଶ୍ବରର ଏକ ହୋଟେଲରେ ରହିଥିବା ବିହାରର ଅରୁପ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଗଞ୍ଜେଇ ପହଞ୍ଚାଇବାକୁ ଥିଲା ଯୋଜନା । ହେଲେ ଏବେ ଅବାକାରୀ ବିଭାଗ ସ୍କ୍ବାର୍ଡ଼ ହାତରେ ଧରାପଡ଼ିବା ପରେ ଫସର ପାଟି ଯାଇଛି ପୂରା ପ୍ଲାନ୍ ।

ଯେତେ ଖୋଳିଲେ ସେତେ ବାହାରୁଛି । ରାଜ୍ୟରେ ଧଳା ଜହର ହେଉ କି ନୀଳ ଜହର, ପୂରା କାରବାରକୁ ମୂଳପୋଛ କରିବାକୁ ପୋଲିସ ଓ ଅବକାରୀ ବିଭାଗ କସରତ ଚଳାଇଥିବା ବେଳେ ଏହା କିନ୍ତୁ ବନ୍ଦ ହେବାର ନା’ ଧରୁନି । ଚୋରା ଚାଲାଣକାରୀ ଗିରଫ ହେବା ପରେ ସହଜରେ ବେଲ୍ରେ ଆସି ପୁଣି ଧନ୍ଦା ଆରମ୍ଭ କରିଦେଉଛନ୍ତି । ଏମିତିରେ ଛାପା ମାରି ମାରି ଅବକାରୀ ବିଭାଗ ନୟାନ୍ତ ହେଉଥିବା ବେଳେ ଫଳ କିନ୍ତୁ ଶୂନ୍ ।
