Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ରାଜି ନାହାନ୍ତି ୪୮ ପ୍ରତିଶତ ଅଭିଭାବକ, ରଖିଛନ୍ତି ଏହି ସର୍ତ୍ତ

28/07/2021 at 6:01 PM

ନୂଆଦିଲ୍ଲୀ ୨୮/୭: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଆଂଶିକ ସ୍କୁଲ ଖୋଲିଥିବା ବେଳେ ବିଦ୍ୟାଳୟକୁ ଆସିବା ଇଚ୍ଛାଧୀନ ବୋଲି ସରକାର କହିଛନ୍ତି। ପିତାମାତାଙ୍କ ଅନୁମତି କ୍ରମେ ପିଲା ସ୍କୁଲ ଆସିପାରିବେ ବୋଲି ମଧ୍ୟ ଶିକ୍ଷା ବିଭାଗ ଘୋଷଣା କରିଛି। ଏହାପରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ୪୮ ପ୍ରତିଶତ ଅଭିଭାବକ ନିଜର ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଚାହୁଁନାହାନ୍ତି । କରୋନା ଭ୍ୟାକସିନ୍‌ ନଲାଗିବା ଯାଏ ସେମାନେ ପିଲାଙ୍କୁ ବିଦ୍ୟାଳୟ ପଠାଇବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

ଦେଶର ୩୬୧ ଜିଲ୍ଲାରେ ହୋଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି । ଅନଲାଇନ ପ୍ଲାଟଫର୍ମ ଲୋକାଲ୍‌ ସ୍କଲାର୍ସ ଦ୍ବାରା କରାଯାଇଥିବା ଏହି ସର୍ଭେରେ ୩୨ ହଜାରରୁ ଅଧିକ ଅଭିଭାବକ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୨ ପ୍ରତିଶତ ଅଭିଭାବକ କହିଛନ୍ତି, ଯଦି ଜିଲ୍ଲାରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଏ ତେବେ ସେମାନେ ନିଜ ପିଲାଙ୍କୁ ସ୍କୁଲ ଛାଡ଼ିବାରେ କୌଣସି ଅସୁବିଧା ନାହିଁ।

୪୮ ପ୍ରତିଶତ ଅଭିଭାବକ କହିଛନ୍ତି ସେମାନଙ୍କ ପିଲାଙ୍କୁ କରୋନା ଟିକା ନଲଗାଇପବା ଯାଏଁ ସେମାନେ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବେ ନାହିଁ। କିନ୍ତୁ ୨୧ ପ୍ରତିଶତ ଲୋକେ ତାଙ୍କର ପିଲାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ରାଜି ଥିବା କହିଛନ୍ତି। ସେପଟେ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ପିଲାମାନଙ୍କୁ ଖୁବଶୀଘ୍ର ଟିକା ଦିଆଯିବ।

 ଏବେ ଓଡ଼ିଶା ସମେତ ଗୁଜୁରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣା ଏବଂ ବିହାରରେ ସ୍କୁଲ ଆଂଶିକ ଖୋଲାଯାଇଥିବା ବେଳେ ରାଜସ୍ଥାନ, ହିମାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ସରକାର ଅଗଷ୍ଟ ପ୍ରଥମ ସପ୍ତାହରେ ସ୍କୁଲ୍‌ ଖୋଲିବାକୁ ଘୋଷଣା କରିଛନ୍ତି ।

   Related Posts