ଅନୁଗୋଳ ଜିଲ୍ଲାର ଦୁଇଟି ପଞ୍ଚାୟତ ସଟ୍ ଡାଉନ୍, ୪୮ଘଣ୍ଟା ପର୍ଯ୍ୟନ୍ତ ଲାଗୁ

Published By : Prameya-News7 Bureau | May 12, 2020 IST

ଅନୁଗୋଳ ୧୨।୫: ଅନୁଗୋଳ ଜିଲ୍ଲାର ଦୁଇ ପଞ୍ଚାୟତ ସଟ୍ ଡାଉନ୍ । ରବିବାର ୧୫ ଆକ୍ରାନ୍ତ ଚିହ୍ନଟ ହେବାପରେ ଆଠମଲ୍ଲିକ ବ୍ଲକ୍ ନୁନୁକାପଶି ପଞ୍ଚାୟତ ଜଳଧର ସାହୁ ଓ କନ୍ତପଡ଼ା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି । ଉଭୟ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ନୁନୁକାପଶି ପଞ୍ଚାୟତକୁ ୭୨ଘଣ୍ଟା ପାଇଁ ସଟ୍ ଡାଉନ୍ କରାଯାଇଥିବା ବେଳେ କନ୍ତପଡ଼ା ପଞ୍ଚାୟତକୁ ୪୮ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସଂକ୍ରମଣ ଆଶଙ୍କାରେ ଉଭୟ ସରପଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି ।

{"id":268538,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ଚିଥିବା ବେଳେ ଜିଲ୍ଲାରୁ କେହି ହେଲେ ବି ସୁସ୍ଥ ହୋଇନାହନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.