Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଖଇରା ପଞ୍ଚାୟତକୁ ୪୮ଘଣ୍ଟିଆ ସଟ୍ ଡାଉନ୍ କଲେ ସରପଞ୍ଚ, ୧୪ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସବୁ ବନ୍ଦ

12/05/2020 at 10:39 AM

ସୋର ୧୨।୫: ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଖଇରା ପଞ୍ଚାୟତର ସରପଞ୍ଚ । ୪୮ ଘଣ୍ଟା ପାଇଁ ଖଇରା ପଞ୍ଚାୟତ ସଟ୍ ଡାଉନ୍ । ପଞ୍ଚାୟତକୁ ଆସିଥିବା ପ୍ରବାସୀଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ଲୋକଙ୍କୁ ସଂକ୍ରମଣ ହେବା ଆଶଙ୍କା କରି ସଟ୍ ଡାଉନ୍ ଘୋଷଣା କରାଯାଇଛି । ମଙ୍ଗଳବାର ସକାଳ ୬ଟାରୁ ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଦୁଇ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଖଇରା ପଞ୍ଚାୟତର ସରପଞ୍ଚ ସୁଦର୍ଶନ ସେଠୀ ।

ମଙ୍ଗଳବାରଠାରୁ ଖଇରା ପଞ୍ଚାୟତ ଓ ତାର ଆଖପାଖ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସୁରତ, ତାମିଲନାଡୁ, ମହାରାଷ୍ଟ୍ର ଓ ବେଙ୍ଗାଲୁରୁ ପ୍ରଭାସି ଓଡିଆ ଶ୍ରମିକ ଆସୁଥିବାରୁ ସେମାନଙ୍କ ସଂସ୍ପର୍ଶରେ ଯେମିତି କେହି ନଆସିବେ ତାହାକୁ ଦୃଷ୍ଟି ରେ ଏହି ୪୮ ଘଣ୍ଟିଆ ସଟ୍ ଡାଉନ୍ କରିଥିବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି । ଏହି ସଟ୍ ଡାଉନ୍ ସମୟରେ କେବଳ ଔଷଧ ଦୋକାନ ଛଡା ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ ନେଇ ସୂଚନା ଦେଇଛନ୍ତି ।

   Related Posts