ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ଗାଁରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌

Published By : Prameya-News7 Bureau | July 12, 2020 IST

କଳାହାଣ୍ଡି ୧୨।୦୭: ଚିନ୍ତା ବଢାଇଲାଣି କରୋନା ଭାଇରସ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରି ଭାବେ କରୋନା ସଂକ୍ରମଣରୁ ରୋକିବା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେପରି  କୋକସରା ବ୍ଲକ ଲଡୁଗାଁରେ ଜଣେ ବୟସ୍କ ମହିଳା କରୋନା ପଜିଟିଭ ଚିଂହ୍ନଟ ପରେ ଗାଁକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଲଡୁଗାଁକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।

{"id":299257,"sizeSlug":"large"}

ସୂଚନାଯୋଗ୍ୟ ଯେ, କରୋନା ପଜିଟିଭ ଚିହ୍ନଟ ପରେ ଲଡୁଗାଁକୁ ୪୮ ଘଣ୍ଟା ପାଇଁ ନିସିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । କୋକସରା ବ୍ଲକରେ ଏହା ଦ୍ଵିତୀୟ ଆକ୍ରାନ୍ତ ଚିଂହ୍ନଟ ହୋଇଥିବା ବେଳେ ପୂର୍ବରୁ ଜଣେ ଯୁବକ କ୍ୱାରେଣ୍ଟଇନ ସେଣ୍ଟରରୁ କରୋନା ଆକ୍ରାନ୍ତ ଜଣାପଡିବା ପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଚିହ୍ନଟ ହୋଇଥିବା ମହିଳା ଜଣଙ୍କ ରାୟପୁରରୁ ଚିକିତ୍ସିତ ହୋଇ ଲଡୁଗାଁ ଫେରିବା ପରେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭବାନୀପାଟଣା ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

{"id":299258,"sizeSlug":"large"}

ତେବେ ମହିଳାଙ୍କୁ ରାୟପୁର ଆସିଥିବା ମହିଳା ଜଣଙ୍କ କରୋନା ଆକ୍ରାନ୍ତ ଜଣାପଡିବା ପରେ ଲଡୁଗାଁ କୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ  ଗାଁକୁ ସଟଡାଉନ ଘୋଷଣା କରିବା ସହ କଣ୍ଟେନମେଣ୍ଟ  ଜୋନ ମଧ୍ୟ ଘୋଷଣା କରିଛନ୍ତି । ସଂକ୍ରମିତ  ମହିଳାଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି ତାହା ଆକଳନ କରାଯାଉଛି  ।

{"id":299260,"sizeSlug":"large"}

ମହିଳା ଙ୍କ ପରିବାରଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ଲଡୁଗାଁ ଏକ ବ୍ୟବସାୟିକ ସହରରେ ଲୋକେ ସାମାଜିକ ଦୁରତାକୁ ପାଳନ କରୁଥିବା ନଥିବା ଯୋଗୁ ଗତ ଗୁରୁବାର ଠାରୁ ଲଡୁଗାଁ ସରପଞ୍ଚ ସହରକୁ ଅପରାହ୍ନ ୨ ରୁ ପରଦିନ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.