ପଞ୍ଚାୟତକୁ ୪୮ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | June 22, 2020 IST

ନବରଙ୍ଗପୁର ୨୨।୦୬: ପ୍ରବାସୀ ଫେରନ୍ତାଙ୍କ ଶବ ଦାହରେ ପଞ୍ଚାୟତ ଅନ୍ତର୍ଗତ ଗୋଟିଏ ଗ୍ରାମର ୭ ଗ୍ରାମବାସୀ ସାମିଲ ହେବାରୁ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା । ସରପଞ୍ଚଙ୍କ ପକ୍ଷରୁ ପଞ୍ଚାୟତକୁ ୪୮ ଘଣ୍ଟିଆ  ସଟଡାଉନ ଘୋଷଣା । ସଂକ୍ରମଣକୁ କିପରି ନବ୍ୟାପିବ ସେଥିପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।    

{"id":289805,"sizeSlug":"large"}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ପଞ୍ଚାୟତର ସରପଞ୍ଚଙ୍କ ଦ୍ଵାରା ୪୮ ଘଣ୍ଟିଆ ସଟଡାଉନ ଘୋଷଣା । ମେଣ୍ଟ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଦିଗୁଡ଼ା ଗ୍ରାମରୁ ୭ ବ୍ୟକ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ  ଗ୍ରାମର ଏକ ପ୍ରବାସୀ ଫେରନ୍ତାଙ୍କ ଶବ ଦାହରେ ସାମିଲ ହୋଇଥିଲେ । ଯାହାକୁ ନେଇ  ମେଣ୍ଟ୍ରି ଗ୍ରାମ ତଥା ଏହାର ଆଖପାଖ ଗ୍ରାମର ଲୋକଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା ।

{"id":289806,"sizeSlug":"large"}

ବୈଠକରେ ଗ୍ରାମ ପଞ୍ଚାୟତ କୁ ସଟ ଡାଉନ ଘୋଷଣା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଲୋକଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖ ସକାଳ ୬ ଟା ରୁ ୨୪ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ  ସଟଡାଉନ  ଘୋଷଣା କରିବା ପାଇଁ ସ୍ଥିର କରାଯାଇଛି ।  ସରପଞ୍ଚ ଅନୁସୂୟା ଭତରା ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତ ଜରୁରୀ କାମ ଜାରି ରହିବ ବୋଲି କହିଛନ୍ତି ସରପଞ୍ଚ । ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.