Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜୁଲାଇ ମାସର ସଟ୍ ଡାଉନ୍‌ର ଆଜି ପ୍ରଥମ ଦିନ : ୧୦ ଜିଲ୍ଲାରେ ୪୮ ଘଣ୍ଟିଆ କଟକଣା

4/07/2020 at 7:14 AM

ଭୁବନେଶ୍ବର ୪।୭: ଆଜି ସଟ୍ ଡାଉନ୍-୨ର ପ୍ରଥମ ସପ୍ତାହ । ସକାଳ ୬ଟାରୁ ସୋମବାର ସକାଳ ୬ଟା ଯାଏଁ ୧୦ଟି ଜିଲ୍ଲାରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରଖାଯାଉଛି ।

ଏହି ୧୦ଟି ଜିଲ୍ଲା ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡା ଓ କେନ୍ଦୁଝର । ଏହି ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ରହିଥିବାରୁ ଶନିବାର ଏବଂ ରବିବାର ସଟ୍ ଡାଉନ୍ ଜାରି ରହିବ ।

କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ଯାତାୟତ କରିପାରିବା ପାଇଁ ସାଧାରଣ ଲୋକଙ୍କୁ ଅନୁମତି ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲଗାଇଛି ।

   Related Posts