Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

କରୋନା ମୁକାବିଲା : ଗାଁକୁ ୪୮ଘଣ୍ଟା ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

2/06/2020 at 8:36 AM

ଟାଙ୍ଗୀ ୨।୬: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ମୋରମୋରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ସବିତା ନାୟକ ଗହୀର ମୋରମୋରୀ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

ଗତ କିଛି ଦିନ ତଳେ ଜଣେ ସୁରାଟ ଫେରନ୍ତା ସରକାରୀ କ୍ବାରେଣ୍ଟାଇନ୍ ସେଣ୍ଟରରେ ୧୪ଦିନ ରହି ଗତକାଲି ସନ୍ଧ୍ୟାରେ ନିଜ ଘରକୁ ଫେରିଥିଲେ । ସେହିଦିନ ୧୦ଟା ସମୟରେ ତାଙ୍କ ରିପୋର୍ଟ ପିଜିଟିଭ୍ ଆସିଥିଲା । ଫଳରେ ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା ।

ତେଣୁ ସରପଞ୍ଚ ତୁରନ୍ତ ଏ ବିଷୟରେ ବିଡିଓ ଏବଂ ଜିଲ୍ଲାପାଳଙ୍କ ପରାମର୍ଶ ନେଇଥିଲେ । ଜିଲ୍ଲାପାଳ କ୍ଷମତାକୁ ବ୍ୟବହାର କରି ନିଜ ପଞ୍ଚାୟତର ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷା ପାଇଁ ପଞ୍ଚାୟକ ଅଞ୍ଚଳକୁ ୨ ଦିନ ପାଇଁ ସଟ୍-ଡାଉନ୍ ଘୋଷଣା କରିଛନ୍ତି । ଗାଁର ବିଭିନ୍ନ ସ୍ଥାନରେ ସାନିଟାଇଜ୍ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ବୋଲି ସରପଞ୍ଚ କହିଛନ୍ତି ।

   Related Posts