କମିବା ପରେ ପୁଣି ଦେଶରେ ବଢିଲା କରୋନା କେସ୍‌, ଗତ ୨୪ଘଣ୍ଟାରେ ୪୭୯୦୫ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨।୧୧: ଦେଶରେ କରୋନା ସଂକ୍ରମଣ କେସ୍‌ ପୁଣି ଥରେ ବଢିଛି । କିଛି ଦିନ ଧରି ଦୈନିକ ସଂକ୍ରମଣ କମିଥିବା ବେଳେ ଏବେ ଏହି ସଂଖ୍ୟା ବଢିଛି । ଗତ ୨୪ଘଣ୍ଟାରେ ୪୭,୯୦୫ କରୋନା ପଜିଟିଭ୍‌ କେସ୍‌ ଚିହ୍ନଟ ହୋଇଛି । ସେହିପରି ବୁଧବାର ଦିନ ୪୪,୨୮୧ଟି କରୋନା କେସ୍‌ ସାମ୍ନାକୁ ଆସିଥିଲା । ସେପଟେ ଦେଶରେ କରୋନା ସଂକ୍ରମଣମୁକ୍ତ ହୋଇଥିୂବା ଲୋକଙ୍କ ସଂଖ୍ୟା ୮୦ଲକ୍ଷ ପହଞ୍ଚିଛି । ସେହିପରି ଦେଶରେ କୋଭିଡ଼-୧୯ର ଆକ୍ଟିଭ୍‌ କେସ୍‌ ପାଞ୍ଚ ଲକ୍ଷ ତଳେ ରହିଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୪୭,୯୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୫୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୮୬,୮୩,୯୧୭ରେ ପହଞ୍ଚିଛି । ସେହିପରି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୦,୬୬,୫୦୨ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୫୨,୭୧୮କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୫ଲକ୍ଷ ତଳେ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାର ଆକ୍ଟିଭ୍‌ କେସ୍ ୪,୮୯,୨୯୪ ରହିଛି । ଦେଖିବାକୁ ଗଲେ ଗତ ୨୪ଘଣ୍ଟା ମଧ୍ୟରେ ୫,୩୬୩ ସଂଖ୍ୟା କମ୍ ଆସିଛି । ସେହିପରି ଏବେ ଯାଏଁ ଦେଶରେ ମୋଟ କରୋନାରେ ୧,୨୮,୧୨୧ଜଣଙ୍କ ମୃତ୍ୟୁ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.