ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | April 20, 2021 IST

ଭୁବନେଶ୍ବର ୨୦।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧ଜଣ, ବାଲେଶ୍ୱର ଜିଲ୍ଲାରୁ ୮୪ଜଣ, ବରଗଡ଼ ଜିଲ୍ଲାରୁ ୧୯୮ଜଣ, ଭଦ୍ରକ ଜିଲ୍ଲାରୁ ୬୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୨୨ଜଣ, ବୌଦ୍ଧ ଜିଲ୍ଲାରୁ ୨୩ଜଣ, କଟକ ଜିଲ୍ଲାରୁ ୧୭୬ଜଣ, ଦେଓଗଡ଼ ଜିଲ୍ଲାରୁ ୩୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ଜଣ, ଗଜପତି ଜିଲ୍ଲାରୁ ୩୧ଜଣ, ଗଞ୍ଜାମ ଜିଲ୍ଲାରୁ ୪୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨ଜଣ, ଯାଜପୁର ଜିଲ୍ଲାରୁ ୮୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୩୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୭ଜଣ, କନ୍ଧମାଳ ଜିଲ୍ଲାରୁ ୨୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୦ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୨୦ଜଣ, କୋରାପୁଟ ଜିଲ୍ଲାରୁ ୩୧ଜଣ, ମାଲକାନଗିରି ଜିଲ୍ଲାରୁ ୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୪ଜଣ, ନୟାଗଡ଼ ଜିଲ୍ଲାରୁ ୬୩ଜଣ, ନୂଆପଡ଼ା ଜିଲ୍ଲାରୁ ୫୩୪ଜଣ, ପୁରୀ ଜିଲ୍ଲାରୁ ୧୯୩ଜଣ, ରାୟଗଡ଼ା ଜିଲ୍ଲାରୁ ୬୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୮୩ଜଣ, ସୋନପୁର ଜିଲ୍ଲାରୁ ୪୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୭୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୬୦ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୭୪୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୮୨୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୭୬୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୬୬୮୪୦୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

wp:embed {"url":"http://www.prameyanews7.com/harigale-corona-yodha-in-bolangir/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/harigale-corona-yodha-in-bolangir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.